Page Nav

HIDE

Grid

GRID_STYLE

Classic Header

Breaking News:

latest

ବେକାରଙ୍କୁ ଦେବେ ଚାକିରୀ,ତିଆରି କଲେ ଆପ୍ ପୁଣି ଚର୍ଚ୍ଚାରେ ସୋନୁ ସୁଦ

୨୪/୦୭: ପ୍ରବାସୀ ଶ୍ରମିକଙ୍କ ଭଗବାନ ହୋଇଥିବା ସୋନୁ ସୁଦ ଲଗାତାର ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ସେ ଏହି କରୋନା ସଙ୍କଟରେ ବହୁତ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଇଛନ...


୨୪/୦୭: ପ୍ରବାସୀ ଶ୍ରମିକଙ୍କ ଭଗବାନ ହୋଇଥିବା ସୋନୁ ସୁଦ ଲଗାତାର ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ସେ ଏହି କରୋନା ସଙ୍କଟରେ ବହୁତ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଇଛନ୍ତି। କେବଳ ସେତିକି ନୁହେଁ ସୋନୁ ଏବେ ବି ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଶ୍ରମିକଙ୍କୁ ବିମାନ,ଟ୍ରେନ୍ ମାଧ୍ୟମରେ ଘରକୁ ପହଞ୍ଚାଉଥିବା ସୋନୁ ସୁଦ ଏବେ ଲୋକଙ୍କୁ ରୋଜଗାର ମଧ୍ୟ ଦେବେ। ବେକାରଙ୍କୁ ରୋଜଗାର ପ୍ରଦାନ କରିବାର ଅଭିଯାନ କରିଥିବା ସୋନୁ ସୁଦ ଏକ ଆପ୍ ଜରିଆରେ ଅଭାବୀଙ୍କୁ ସାହାଯ୍ୟ କରିବେ।

ଏହି ଆପ୍‌ର ନାଁ ‘ପ୍ରବାସୀ ରୋଜଗାର’। ଏହି ଆପ୍ ଜରିଆରେ ସୋନୁ ସୁଦ ଲୋକଙ୍କୁ ଚାକିରୀ ଯୋଗାଇବେ। ସୋନୁ ଏହା ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରିଥିଲେ ଯାହା ଦ୍ବାରା ପ୍ରବାସୀ ଶ୍ରମିକଙ୍କୁ ବିନା କୌଣସି ସମସ୍ୟାରେ ସାହାଯ୍ୟ ମିଳି ପାରିବ।

ଏହି ଆପ୍ ସେହି ଲୋକଙ୍କ ପାଇଁ ସହାୟକ ହେବ ଯେଉଁମାନେ ଏହି କରୋନା କାଳରେ ବେକାର ହୋଇଯାଇଛନ୍ତି। ଏହି ଆପ୍ ଏକ ଅନଲାଇନ୍ ଆପ୍ ଯେଉଁଥିରେ ଲୋକଙ୍କୁ ମାଗଣାରେ ଚାକିରୀ ମିଳିବ ଏବଂ ଏହି ଆପରେ ସବୁ ପ୍ରକାର ଲିଙ୍କ୍ ମଧ୍ୟ ରହିଛି।

ଏହି ଆପକୁ ପ୍ରସ୍ତୁତ କରିବା ପାଇଁ ସୋନୁ ନିଜର ଜଣେ ଇଞ୍ଜିନିୟର ବନ୍ଧୁଙ୍କୁ ସାହାଯ୍ୟ ନେଇଛନ୍ତି ଏବଂ ସୋନୁଙ୍କ ଅନୁସାରେ ଲୋକଙ୍କୁ ଚାକିରୀ ଯୋଗାଇବାର କାମ ସରକାରଙ୍କ ହୋଇଥିଲେ ମଧ୍ୟ ଏଥିପାଇଁ ଏକ ସମାଧାନର ଆବଶ୍ୟକତା ରହିଛି। ସେ ଏହି ଆପ୍ ସାହାଯ୍ୟରେ ଉଦ୍ୟମ କରିବେ ଯେ ଲୋକଙ୍କୁ ଗାଁରେ ମଧ୍ୟ ଚାକିରୀ ମିଳିପାରିବ।

ସୋନୁ ଏହି ଆପ୍ ପାଇଁ ଟପ୍ ସଂସ୍ଥା ସହିତ ମଧ୍ୟ ସମ୍ପର୍କ କରିଛନ୍ତି ଯାହା ଦ୍ବାରା ଲୋକଙ୍କୁ ରୋଜଗାର ମିଳିପାରିବ। ଲୋକେ ମଧ୍ୟ ସୋନୁଭ୍କ ଏହି ସାହାଯ୍ୟର ମନ ଖୋଲି ତାରିଫ କରୁଛନ୍ତି ଏବଂ ତାଙ୍କୁ ପ୍ରକୃତ ହୀରୋ କହୁଛନ୍ତି।

No comments