Page Nav

HIDE

Grid

GRID_STYLE

Classic Header

Breaking News:

latest

ସିବିଏସ୍‌ଇରେ କମୁଛନ୍ତି ମେଧାବୀ, ଦଶମରେ ୯୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ହ୍ରାସ

ଭୁବନେଶ୍ବର : ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି କି? ପିଲାମାନେ ପାଠପଢ଼ା ଉପରେ ମନୋନିବେଶ କରୁନାହାନ୍ତି କି? କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ...

ଭୁବନେଶ୍ବର : ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି କି? ପିଲାମାନେ ପାଠପଢ଼ା ଉପରେ ମନୋନିବେଶ କରୁନାହାନ୍ତି କି? କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସାରା ଦେଶରେ ଏଭଳି ପ୍ରଶ୍ନ ଉଠିଛି। କାରଣ ୨୦୧୯ରେ ଯେଉଁ ପରିମାଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଥିଲେ, ଚଳିତବର୍ଷ ତାହା ବହୁ ପରିମାଣରେ ହ୍ରାସ ପାଇଛି। ‌ଓଡ଼ିଶା ସମେତ ଶିକ୍ଷା ‌କ୍ଷେତ୍ରରେ ଆଗୁଆ ଥିବା କେତେକ ରାଜ୍ୟର ପାସ୍‌ହାର ବୃଦ୍ଧି ପାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିପାରି ନାହାନ୍ତି। ଓଡ଼ିଶାରେ ପାସ୍‌ହାର ବୃଦ୍ଧି ପାଇଛି ସତ, ହେଲେ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ସେତେଟା ବୃଦ୍ଧି ପାଇ ନଥିବାରୁ ଶିକ୍ଷାବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି।

ସିବିଏସ୍‌ଇର ସୂଚନା ଅନୁଯାୟୀ, ୨୦୧୯ରେସିବିଏସ୍‌ଇର ସୂଚନା ଅନୁଯାୟୀ, ୨୦୧୯ରେ ୨ ଲକ୍ଷ ୨୫ ହଜାର ୧୪୩ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖିଥିଲେ। ପାସ୍‌ ହାରର ୧୨.୭୮% ଥିଲା। ତେବେ ଚଳିତବର୍ଷ ୧ ଲକ୍ଷ ୮୪ ହଜାର ୪୫୮ ଜଣ ୯୦%ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ୯.୮୪%କୁ ହ୍ରାସ ପାଇଛି। ସେହିପରି ୯୫ପ୍ରତିଶତ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରଙ୍କ ସଂଖ୍ୟା ବି କମିଛି। ୨୦୧୯ରେ ୫୭ ହଜାର ୨୫୬ ଜଣ ୯୫% କିମ୍ବା ତା’ଠାରୁ ଅଧିକ ମାର୍କ ରଖିଥିଲେ, ଯେତେବେଳେ କି ଏଥର ମାତ୍ର ୪୧ ହଜାର ୮୦୪ ଜଣ ରହିଛନ୍ତି। ପାସ୍‌ହାର ୩.୨୫%ରୁ ୨.୨୩%କୁ ଖସି ଆସିଛି। ଦିଲ୍ଲୀର କେତେକ ଅଞ୍ଚଳରେ ଦଶମ ‌ଶ୍ରେଣୀରେ ଆଦୌ ପରୀକ୍ଷା ହୋଇ ନଥିବାରୁ ସେଠାକାର ଛାତ୍ରଛାତ୍ରୀଙ୍କୁ ପୂର୍ବ ମାର୍କ ଆଧାରରେ ମାର୍କ ଦିଆଯାଇଛି। ତେବେ ଏଠାରେ ପାସ୍‌ହାର କମିବା ସହ ଛାତ୍ରଛାତ୍ରୀ ସେତେଟା ଉନ୍ନତ ପ୍ରଦର୍ଶନ କରିପାରି ନଥିବା ଦେଖିବାକୁ ମିଳିଛି।

No comments