Page Nav

HIDE

Grid

GRID_STYLE

Classic Header

Breaking News:

latest

ଗୋଲାପ ଜଳ ଛେନା ମିଠା

ଆବଶ୍ୟକ ସାମଗ୍ରୀ କ୍ଷୀର –୧ ଲିଟର ଛେନା ପେଷା ଚିନି – ୩ ଚାମଚ ଘିଅ – ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ ଚାମଚ ଗୋଲାପ ଜଳ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ – ପ୍ର...


ଆବଶ୍ୟକ ସାମଗ୍ରୀ
କ୍ଷୀର –୧ ଲିଟର
ଛେନା
ପେଷା ଚିନି – ୩ ଚାମଚ
ଘିଅ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ଗୋଲାପ ଜଳ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ ଓ କ୍ଷୀର ଗରମ କରନ୍ତୁ। କ୍ଷୀର ଗରମ ହେବା ପରେ ଏଥିରେ ଏକ ଲେମ୍ବୁ ଚୁପୁଡ଼ି ଦିଅନ୍ତୁ। ଲେମ୍ବୁ ଚୁପୁଡ଼ିବା ପରେ ଏଥିରୁ ଛେନା ପ୍ରସ୍ତୁତ ହୋଇଯିବ। ଏହା ପରେ ଏହାକୁ ଏକ ସୂତା କପଡ଼ାକୁ କାଢି ଛେନାରୁ ଭଲ ଭାବେ ପାଣିକୁ ଚୁପୁଡ଼ି ଦିଅନ୍ତୁ ଓ ଏକ ପାତ୍ରରେ ରଖନ୍ତୁ। କିଛି ସମୟ ପରେ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ସମୟରେ ଏଥିରେ ଚିନି, ଗୁଜୁରାତି ଗୁଣ୍ଡ, ଗୋଲାପ ଜଳ ପକାଇ ଭଲ ଭାବେ ଚକଟନ୍ତୁ। ଏବେ ଏକ ପାତ୍ରରେ ଘିଅ ଲଗାଇ ଏଥିରେ ଚକଟା ଯାଇଥିବା ଛେନାକୁ ରଖନ୍ତୁ। ଓଭନରେ କିମ୍ବା ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ପାଣି ଦେଇ ଏକ ଜାଲି ରଖନ୍ତୁ ଓ ପାତ୍ରରେ ରଖିଥିବା ଛେନାକୁ ବସାନ୍ତୁ। ଏହାକୁ ୨୦ରୁ ୩୦ ମିନିଟ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କିଛି ସମୟ ଫ୍ରିଜରେ ରଖି ଖାଆନ୍ତୁ ଓ ମଜା ନିଅନ୍ତୁ। ଆପଣଙ୍କ ଘରେ ନିଶ୍ଚୟ ବନାନ୍ତୁ ନିଜେ ଖାଆନ୍ତୁ ଅନ୍ୟ ଙ୍କୁ ଖୁଆନ୍ତୁ।

No comments