Page Nav

HIDE

Grid

GRID_STYLE

Classic Header

Breaking News:

latest

ସମାଜସେବୀ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରି: ସୁଇସାଇଡ୍‌ ନୋଟ୍‌ରେ ଶେଷ ୨ ଫର୍ଦ୍ଦ ଲେଖିବା ଅଭିଯୋଗକୁ ଖଣ୍ଡନ କଲେ ବିଦ୍ୟାଶ୍ରୀ

ସମାଜସେବୀ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରି: ସୁଇସାଇଡ୍‌ ନୋଟ୍‌ରେ ଶେଷ ୨ ଫର୍ଦ୍ଦ ଲେଖିବା ଅଭିଯୋଗକୁ ଖଣ୍ଡନ କଲେ ବିଦ୍ୟାଶ୍ରୀ ଭୁବନେଶ୍ୱର,୨୧/୦୭: ସମାଜସେବୀ ଆଦି...

ସମାଜସେବୀ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରି: ସୁଇସାଇଡ୍‌ ନୋଟ୍‌ରେ ଶେଷ ୨ ଫର୍ଦ୍ଦ ଲେଖିବା ଅଭିଯୋଗକୁ ଖଣ୍ଡନ କଲେ ବିଦ୍ୟାଶ୍ରୀ


ଭୁବନେଶ୍ୱର,୨୧/୦୭: ସମାଜସେବୀ ଆଦିତ୍ୟ ଦାଶଙ୍କ ଡେଥ୍‌ ମିଷ୍ଟ୍ରି ଘଟଣାରେ ପୁଣି ମୁହଁ ଖୋଲିଛନ୍ତି ସ୍ତ୍ରୀ ବିଦ୍ୟାଶ୍ରୀ । ଜବତ ଡାଏରୀର ସୁଇସାଇଡ୍‌ ନୋଟ୍‌ରେ ଶେଷ ୨ ଫର୍ଦ୍ଦ ଲେଖିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି, ମୁଁ ହେଉଛି ଏକ ଖୋଲା ବହି । ମୋ ପେଟରେ କିଛି କଥା ରହେନି । ସୁଇସାଇଡ୍‌ ନୋଟ୍‌ରେ ଲେଖା ମୋର ନୁହେଁ । ମତେ ଅଯଥା ବଦନାମ୍‌ କରନି ।

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଫେସ୍‌ବୁକ୍‌, ଟୁଇଟରରେ ସବୁଦିନ ମାଳମାଳ ପୋଷ୍ଟ କରାଯାଉଛି । ନ୍ୟାୟ ପାଇଁ ଆଦିତ୍ୟଙ୍କ ପ୍ରଶଂସକମାନେ ଫେସ୍‌ବୁକ୍‌ରେ ‘ଲଣ୍ଡା ଅଭିଯାନ’ ବି ଚଳାଇଛନ୍ତି । ତେବେ ଏସବୁ ଭିତରେ ବିଦ୍ୟାଶ୍ରୀଙ୍କ ଉପରେ ସନ୍ଦେହର ଅଙ୍ଗୁଳି ଉଠିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ କିଛି ଚର୍ଚ୍ଚା ହେଉଛି । ଏଥିରେ ହତୋତ୍ସାହିତ ହୋଇ ପଡିଥିବା ବିଦ୍ୟାଶ୍ରୀ ଆଜି ଗଣମାଧ୍ୟମ ସାମ୍ନାରେ ନିଜ କୋହ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ମୋ ନାମରେ ଅନେକ ଗୁଡ଼ାଏ ଅପପ୍ରଚାର ହେଉଛି । ପୁଲିସ ସବୁ ଦିଗରୁ ତଦନ୍ତ ଚଳାଇଛି । ଆଦିତ୍ୟ କାହିଁକି ଡିପ୍ରେସନରେ ଥିଲେ? ଏନେଇ ପୁଲିସ ତନାଘନା କରୁ । ପ୍ରକୃତ ଦୋଷୀକୁ ଧରୁ । ସେ ଆହୁରି କହିଛନ୍ତି, ଆଦିତ୍ୟ ଓ ମୋ ମଧ୍ୟରେ କିଛି ବିବାଦ କି ମନୋମାଳିନ୍ୟ ଥିଲା କି ନାହିଁ? ଏନେଇ ପୁଲିସ ଘର ମାଲିକଙ୍କ ସହ ଆଲୋଚନା କରିଛି। ତାଙ୍କ ସାଙ୍ଗସାଥୀଙ୍କୁ ବି ପଚାରି ବୁଝିଛି । ହେଲେ ଏଯାଏଁ ପୁଲିସ୍‌ ହାତରେ କିଛି ଠୋସ୍‌ ପ୍ରମାଣ ଲାଗିନି । ଯେଉଁଠି କିଛି ଝଗଡ଼ା ହୋଇନି, ସେଠି ପୁଲିସ କେମିତି ସୁରାକ ପାଇବ ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି ।

No comments