Page Nav

HIDE

Grid

GRID_STYLE

Classic Header

Breaking News:

latest

ସେଲ୍‌ଫିରୁ ଚିହ୍ନଟ ହେବ ହୃଦ୍‌ରୋଗ, କମ୍ପ୍ୟୁଟର ଆଲ୍‌ଗୋରିଦମ୍‌ ହେଉଛି ମୁହଁର ବିଶ୍ଳେଷଣ…

ସେଲ୍‌ଫିରୁ ଚିହ୍ନଟ ହେବ ହୃଦ୍‌ରୋଗ, କମ୍ପ୍ୟୁଟର ଆଲ୍‌ଗୋରିଦମ୍‌ ହେଉଛି ମୁହଁର ବିଶ୍ଳେଷଣ… ନୂଆଦିଲ୍ଲୀ ୨୪/୦୮: ଏଣିକି ଡାକ୍ତରଙ୍କୁ ନିଜର ସେଲ୍‌ଫି ପଠାଇ ସହଜରେ ହୃଦ୍‌ର...

ସେଲ୍‌ଫିରୁ ଚିହ୍ନଟ ହେବ ହୃଦ୍‌ରୋଗ, କମ୍ପ୍ୟୁଟର ଆଲ୍‌ଗୋରିଦମ୍‌ ହେଉଛି ମୁହଁର ବିଶ୍ଳେଷଣ…
ନୂଆଦିଲ୍ଲୀ ୨୪/୦୮: ଏଣିକି ଡାକ୍ତରଙ୍କୁ ନିଜର ସେଲ୍‌ଫି ପଠାଇ ସହଜରେ ହୃଦ୍‌ରୋଗ ଚିହ୍ନଟ କରାଯାଇପାରିବ। କମ୍ପ୍ୟୁଟର ଆଲ୍‌ଗୋରିଦମ୍‌ ପାଇଁ ଜଣେ ବ୍ୟକ୍ତିଙ୍କ ମୁହଁର ବିଶ୍ଳେଷଣ କରି କୋରୋନା ର ଆର୍ଟେରି ରୋଗ ଚିହ୍ନଟ ସମ୍ଭବ ବୋଲି ଗବେଷକମାନେ ଦାବି କରୁଛନ୍ତି ।ୟୁରୋପିଆନ୍‌ ହାର୍ଟ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ବ୍ୟାପକ ସ୍ତରରେ ଲୋକଙ୍କ ହୃଦ୍‌ରୋଗ ଚିହ୍ନଟ ନିମନ୍ତେ ଆଲ୍‌ଗୋରିଦମ୍‌କୁ ସ୍କ୍ରିନିଂ ଉପକରଣ ରୂପେ ପ୍ରୟୋଗ କରାଯାଇପାରିବ । ହୃଦ୍‌ରୋଗ ଚିହ୍ନଟ ନିମନ୍ତେ କୃତ୍ରିମ ବୁଦ୍ଧିମତାକୁ ଲୋକଙ୍କ ମୁହଁର ବିଶ୍ଳେଷଣ ପାଇଁ ପ୍ରୟୋଗ କରାଯିବାର ଏହା ପ୍ରଥମ ପଦକ୍ଷେପ ବୋଲି ଅଧ୍ୟୟନର ଲେଖକ ଚୀନ୍‌ର ପେକିଂ ୟୁନିୟନ୍‌ ମେଡିକାଲ କଲେଜର ଝେ ଝେଙ୍ଗ କହିଛନ୍ତି । ରୋଗୀ ଚିହ୍ନଟ କରିବା ସହିତ ପରବର୍ତ୍ତୀ ଯାଞ୍ଚ ନିମନ୍ତେ ଏହା ଶସ୍ତା, ସରଳ ଓ ପ୍ରଭାବଶାଳୀ ତରିକା ହୋଇପାରିବ । ତେବେ ଅନ୍ୟ ଲୋକସଂଖ୍ୟା ଓ ଜାତୀୟତାରେ ଏହି ଆଲ୍‌ଗୋରିଦମ୍‌ ନିମନ୍ତେ ପରବର୍ତ୍ତୀ ପରିଶୋଧନ ଓ ବାହ୍ୟ ବୈଧତା ଆବଶ୍ୟକ ।


No comments