ସୁଶାନ୍ତଙ୍କ ଫ୍ଲାଟ୍ରେ ୩ ଜଣଙ୍କୁ ସିବିଆଇ ସନ୍ଦେହ, କାହା ବୟାନରେ ନାହିଁ ତାଳମେଳ? ମୁମ୍ବାଇ,୨୪/୦୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ର...
ମୁମ୍ବାଇ,୨୪/୦୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଟିମ୍ ରବିବାର ଦିନ ଅଭିନେତାଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍ରେ ପହଞ୍ଚି ସନ୍ଦେହ ଚଳାଇଥିଲା। ସୁଶାନ୍ତଙ୍କ ବନ୍ଧୁ ତଥା ଫ୍ଲାଟ୍ମେଟ୍ ସିଦ୍ଧାର୍ଥ ପିଠାନି, ହେଲ୍ପର ଦୀପେଶ ଏବଂ ରୋଷେୟା ନିରଜ ସିଂହଙ୍କୁ ନେଇ ସିବିଆଇ ସେଠାରେ ପହଞ୍ଚିଥିଲା।ଏହାପରେ ସମସ୍ତଙ୍କୁ ୩ ଘଣ୍ଟା ଧରି ଜେରା କରିଥିଲା । କିନ୍ତୁ କାହା ବୟାନରେ ତାଳମେଳ ନ ଥିଲା।ମିଳିଥିବା ଖବର ମୁତାବକ, ସିବିଆଇ ଟିମ୍ ଜୁନ୍ ୧୩ ଓ ୧୪ ତାରିଖର ଘଟଣାକୁ ନେଇ ସିଦ୍ଧାର୍ଥ, ଦୀପେଶ ଏବଂ ନିରଜଙ୍କୁ ପଚରାଉଚରା କରିଥିଲା । କିନ୍ତୁ କାହା ବୟାନରେ ତାଳମେଳ ନ ଥିଲା । ସମସ୍ତେ ପୃଥକ୍ ପୃଥକ୍ ବୟାନ ଦେଇଥିଲେ । ଏହି ବୟାନଗୁଡ଼ିକୁ କେନ୍ଦ୍ରକରି ସିବିଆଇ ଏହାର ତଦନ୍ତକୁ ଆହୁରି ଶାଣିତ କରିବ ବୋଲି କୁହାଯାଉଛି।
ସିବିଆଇର ଏକ ଟିମ୍ ରବିବାର ୱାଟରଷ୍ଟୋନ ରିସୋର୍ଟ ବି ଯାଇଥିଲା। ସେଠାରେ ସୁଶାନ୍ତ ୨ ମାସ ବିତାଇଥିଲେ। ସିବିଆଇ ଟିମ୍ ସେଠାରେ ଦୁଇଘଣ୍ଟା ରହି ଯାଞ୍ଚ କରିଥିଲା । ରିସୋର୍ଟରେ ରହିବା ବେଳେ ସୁଶାନ୍ତଙ୍କ ମୁଡ୍ କିଭଳି ଥିଲା, ତାହା ଜାଣିବାକୁ ଏଜେନ୍ସି ଚେଷ୍ଟା କରିଥିଲା। ଖୁବଶୀଘ୍ର ରିୟାଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି ?


No comments