Page Nav

HIDE

Grid

GRID_STYLE

Classic Header

Breaking News:

latest

ଗୋଟେ ଦିନରେ ଭାରତ ଆମେରିକା କୁ ପଛରେ ପକେଇଲା। ଆକ୍ରନ୍ତ ସଂଖ୍ୟା ଏବେ ୩୫ ଲକ୍ଷ୍ୟ ଟପିଲା। ଗତ ଜୁଲାଇ ୨୫ରେ ଆମେରିକାରେ ସର୍ବାଧିକ ୭୮ ହଜାର ୪୨୭ ସଂକ୍ରମଣ ମାମଲା ଚିହ୍ନ...

ଗୋଟେ ଦିନରେ ଭାରତ ଆମେରିକା କୁ ପଛରେ ପକେଇଲା। ଆକ୍ରନ୍ତ ସଂଖ୍ୟା ଏବେ ୩୫ ଲକ୍ଷ୍ୟ ଟପିଲା।



ଗତ ଜୁଲାଇ ୨୫ରେ ଆମେରିକାରେ ସର୍ବାଧିକ ୭୮ ହଜାର ୪୨୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଗତ କିଛି ସପ୍ତାହ ମଧ୍ୟରେ ଭାରତରେ ସଂକ୍ରମଣ ବଢ଼ିଚାଲିଛି। ଗତ କିଛିଦିନ ହେଲା ଦୈନିକ ସଂକ୍ରମଣ ମାମଲା ୭୦ ହଜାରରୁ ଅଧିକ ରହିବା ସହ ମୋଟ୍‌ ସଂକ୍ରମଣ ମାମଲା ୩୫ ଲକ୍ଷ ଟପିଯାଇଛି। ତେବେ ଗତକାଲିର ସଂକ୍ରମଣ ମାମଲା ବିଶ୍ବରେ ସର୍ବାଧିକ ରହିଛି। 

ଦେଶରେ ମୋଟ୍‌ ୩୫ ଲକ୍ଷ ୪୨ ହଜାର ୭୩୪ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୬୩ ହଜାର ୪୯୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆରୋଗ୍ୟଙ୍କ ସଂଖ୍ୟା ୨୭ ଲକ୍ଷ ଟପିଯାଇଛି। ଦେଶରେ ଆରୋଗ୍ୟ ହାର ୭୬.୬୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୭୯ ପ୍ରତିଶତକୁ ହ୍ରାସ ପାଇଛି।

ଗତ ସପ୍ତାହକ ମଧ୍ୟରେ ଦେଶରେ ୫ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ତେବେ ଗତ କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ବଢ଼ିବା ସହ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ପାଇଛି। 

No comments