କାମୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଶ୍ରେଷ୍ଠ୬ ରାଜ୍ୟ ମଧ୍ୟରେ ଓଡିଶା। ପ୍ରଥମଥର ଲାଗି ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ୫ଶହ ସଂଖ୍ୟା ଅତିକ୍ରମ କରିଛି। ଖୋର୍ଧା ...
ପ୍ରଥମଥର ଲାଗି ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ୫ଶହ ସଂଖ୍ୟା ଅତିକ୍ରମ କରିଛି। ଖୋର୍ଧା ଜିଲ୍ଲାରୁ ଗତ ୨୪ଘଣ୍ଟାରେ ୫୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ଦୈନିକ ସଂକ୍ରମଣରେ ଜିଲ୍ଲାରେ ରେକର୍ଡ ହୋଇନାହିଁ, ଗଞ୍ଜାମ ପରେ ଦ୍ବିତୀୟ ଜିଲ୍ଲା ଭାବେ ଖୋର୍ଧା ୧୦ହଜାର ସଂଖ୍ୟାକୁ ଅତିକ୍ରମ କରିଛି। ଖୋର୍ଧାରେ ଏବେ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଖୋର୍ଧା ସମେତ ୪ ଜିଲ୍ଲାରେ ପଜିଟିଭ୍ ହାର ସପ୍ତାହ ଭିତରେ କମାଇବା ଲାଗି ନିର୍ଦେଶ ଦେଇଛନ୍ତି।
ହେଲେ ଖୋର୍ଧାରେ ଏବେ ଗଞ୍ଜାମ ଭଳି ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ଏପରିକି ଲଗାତାର ଦ୍ବିତୀୟ ଦିନ ଲାଗି ଭୁବନେଶ୍ବରରେ ୩ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ଖୋର୍ଧା ଜିଲ୍ଲାରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବା ଜଳ ଜଳ ହୋଇ ଦିଶିଲାଣି



No comments