Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜ୍ୟ ରେ ବର୍ଷା ପ୍ରବଳ। ଆଜି ବି ପ୍ରବଳ ରୁ ଅତି ପ୍ରବଳ ବର୍ଷିବ। ରାଜ୍ୟର ଉତ୍ତର ଓ ପୂର୍ବ ଉପକୂଳ ସଂଲଗ୍ନ ୧୦ଟି ଜିଲ୍ଲା ଅର୍ଥାତ୍ ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ...

ରାଜ୍ୟ ରେ ବର୍ଷା ପ୍ରବଳ। ଆଜି ବି ପ୍ରବଳ ରୁ ଅତି ପ୍ରବଳ ବର୍ଷିବ।



ରାଜ୍ୟର ଉତ୍ତର ଓ ପୂର୍ବ ଉପକୂଳ ସଂଲଗ୍ନ ୧୦ଟି ଜିଲ୍ଲା ଅର୍ଥାତ୍ ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୦ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସ୍ଥଳବିଶେଷରେ କିଛି ସ୍ଥାନରେ ଏହାଠାରୁ ଢେର୍ ଅଧିକ ବର୍ଷା ହୋଇପାରେ।


 ସୁନ୍ଦରଗଡ , କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ଭୂସ୍ଖଳ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। କଟକ ଓ ଭୁବନେଶ୍ବରରେ ମଧ୍ୟ ଭୀଷଣ ବର୍ଷା (ଅରେଞ୍ଜ ଵାର୍ଣ୍ଣିଂ) ହୋଇପାରେ। ବୁଢାବଳଙ୍ଗ, ବୈତରଣୀ ନଦୀ ଉଛୁଳି ବଡ଼ ବନ୍ୟା ଆଣିବା ଭୟ ବି ରହିଛି।

କେବଳ ସେତିକି ନୁହେଁ, କେନ୍ଦୁଝର, ଦେବଗଡ, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ପୁରୀ,ଖୋର୍ଧା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବି ପ୍ରବଳରୁ ଅତି ପ୍ରବଳ ଅର୍ଥାତ୍ ୧୦୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। 

No comments