Page Nav

HIDE

Grid

GRID_STYLE

Classic Header

Breaking News:

latest

ଏବେ ରବିବାର ମଧ୍ୟ ଖୋଲା ରହିବ ରାଉଲକେଲା। ହଟିଲା ସଟଡାଉନ। ଆସନ୍ତା ୨୩ ତାରିଖ ରବିବାର ଦିନ କେବଳ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସଟ୍‌ ଡାଉନ୍‌ ହେବନି। ସେଦିନ ପଶ୍ଚ...

ଏବେ ରବିବାର ମଧ୍ୟ ଖୋଲା ରହିବ ରାଉଲକେଲା। ହଟିଲା ସଟଡାଉନ।


ଆସନ୍ତା ୨୩ ତାରିଖ ରବିବାର ଦିନ କେବଳ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସଟ୍‌ ଡାଉନ୍‌ ହେବନି। ସେଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପଡ଼ୁଥିବାରୁ ଲୋକେ ଘରେ ରହି ଯେପରି ପର୍ବ ପାଳନ କରିପାରିବେ, ସେଥିପାଇଁ ପୂର୍ବରୁ ଜାରି କରାଯାଇଥିବା କଟକଣାକୁ ସରକାର କୋହଳ କରିଛନ୍ତି। 

ନିର୍ଦ୍ଦେଶନାମା ଅନୁଯାୟୀ, କୋଭିଡ୍‌-୧୯ ପାଇଁ ବଳବତ୍ତର ଥିବା ସମସ୍ତ ନିୟମ କିନ୍ତୁ ଏହି ପର୍ବ ପାଳନ ବେ​ଳେ ଅନୁପାଳନ କରାଯିବ। କୌଣସି ସ୍ଥାନରେ ଜନ ସମାଗମ ହେବ ନାହିଁ। ଲୋକେ ମାସ୍କ୍‌ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରିବା ପୂର୍ବକ ଗଣପର୍ବ ପାଳନ କରିବେ।

ଏ ନେଇ ଆଜି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି

No comments