Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଇନା କଭର ଡ୍ରାଇଭ୍‌କୁ   ମନେ ପକାଇ ଚିଠି ଲେଖିଲେ ମୋଦି। ୨୦୧୧ ବିଶ୍ବ ବିଜେତା ଭାରତୀୟ ଦଳର ଜଣେ ସଦସ୍ୟ ଥିବା ୩୩ ବର୍ଷ ବୟସ୍କ ରାଇନା ସେହି ଅଗଷ୍ଟ ୧୫ ତାରିଖ ସଂଧ୍ୟା...

ରାଇନା କଭର ଡ୍ରାଇଭ୍‌କୁ ମନେ ପକାଇ ଚିଠି ଲେଖିଲେ ମୋଦି।


୨୦୧୧ ବିଶ୍ବ ବିଜେତା ଭାରତୀୟ ଦଳର ଜଣେ ସଦସ୍ୟ ଥିବା ୩୩ ବର୍ଷ ବୟସ୍କ ରାଇନା ସେହି ଅଗଷ୍ଟ ୧୫ ତାରିଖ ସଂଧ୍ୟାରେ ଧୋନି ଅବସର ଘୋଷଣା କରିବାର ମିନିଟକ ପରେ ଅବସର ନେଇଗଲେ। ଉଭୟ ଧୋନି ଓ ରାଇନା ଘନିଷ୍ଠ ବନ୍ଧୁ ଥିଲେ। ଉଭୟେ ମଧ୍ୟ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପକ୍ଷରୁ ଖେଳୁଛନ୍ତି ଏବଂ ୟୁଏଇରେ ଆସନ୍ତାମାସରୁ ଆକ୍‌ସନ୍‌ରେ ଦେଖାଦେ‌ବେ।

ପ୍ରଧାନମନ୍ତ୍ରୀ ତାଙ୍କ ଚିଠି‌ରେ ଉଲ୍ଲେଖ କରିଛନ୍ତି, ‘‘ତୁମ ପାଇଁ ଅବସର ଶବ୍ଦକୁ ପ୍ରୟୋଗ କରିବାକୁ ମୁଁ ଚାହେଁନି। କାରଣ ତୁମେ ଏବେ ବି ଖୁବ୍‌ ଯୁବସୁଲଭ ଏବଂ ତେଜସ୍ବୀ। ତେଣୁ ଅବସର ତୁମ ନାମ ପୂର୍ବରୁ ଶୋଭା ପାଇବନି’’ ବୋଲି ଧୋନିଙ୍କ ଭଳି ରାଇନାଙ୍କୁ ମଧ୍ୟ ନିଜ ଟ୍ବିଟରରେ ପୋଷ୍ଟ କରିଥିବା ଚିଠିରେ ମୋଦୀ ଲେଖିଛନ୍ତି।

ତୁମ କ୍ରିକେଟ୍‌ ଜୀବନକାଳରେ ତୁମେ ଆହତ ସମସ୍ୟା ସାଙ୍ଗକୁ ଅନେକ ଘାତପ୍ରତିଘାତର ସାମ୍‌ନା କରିଛ। କିନ୍ତୁ ସବୁ ସମୟରେ ତୁମେ ସେସବୁ ଆହ୍ବାନକୁ ଅତିକ୍ରମ କରିପାରିଛ। ଦୃଢ଼ମନା ପାଇଁ ଧନ୍ୟବାଦ।’’ ବୋଲି ମୋଦୀ କହିଛନ୍ତି।

ଅହମ୍ମଦାବାଦ୍‌ର ମୋଟେରାରେ ୨୦୧୧ ବିଶ୍ବକପ୍‌ ଅବସରରେ ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ଭାରତ ପିଛା କରୁଥିଲା ବେଳେ ତୁମେ ଯେଉଁ ଅତି ଉପଯୋଗୀ ଅପରାଜିତ ୩୪ ରନ୍‌ର ପାଳି ଖେଳିଥିଲ ତାହାକୁ ମୁଁ ଖୁବ୍‌ ଉପଭୋଗ କରିଥିଲି ବୋଲି ମୋଦୀ ତାଙ୍କ ଚିଠିରେ ଲେଖିଛନ୍ତି

No comments