Page Nav

HIDE

Grid

GRID_STYLE

Classic Header

Breaking News:

latest

ଆଜିଠୁ ପାଗ ଶୁଖିଲା ରହିବ। ଦୁଇ ଦିନ ଲାଗି ବର୍ଷା ଲାଗି ରହି ଥିଲା ।ରାଜ୍ୟରେ ପ୍ରବଳ ବର୍ଷିବା ପରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟଟି ଏବେ ଦକ୍ଷ...

ଆଜିଠୁ ପାଗ ଶୁଖିଲା ରହିବ।



ଦୁଇ ଦିନ ଲାଗି ବର୍ଷା ଲାଗି ରହି ଥିଲା ।ରାଜ୍ୟରେ ପ୍ରବଳ ବର୍ଷିବା ପରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟଟି ଏବେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଛି। ଏହାର ପ୍ରଭାବ ଆଉ ଓଡ଼ିଶା ଉପରେ ରହିବ ନାହିଁ। ଫଳରେ ଆସନ୍ତାକାଲିଠାରୁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ।

ଯଦିଓ ଏବେ ରାଜ୍ୟରେ ଲଘୁଚାପଜନିତ ବର୍ଷା ନାହିଁ। ଫଳରେ ଉପକୂଳ ଓଡ଼ିଶା ଉତ୍ତର-ପଶ୍ଚିମ ବଙ୍ଗୋପସା‌ଗର ତଟବର୍ତୀ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି। ଏଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

କେନ୍ଦୁଝର ଜିଲ୍ଲା ତେଲକୋଇରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ୨୧୫ ମିମି ବର୍ଷା ରେକର୍ଡ ହୋଇଛି। ଝାରସୁଗୁଡ଼ା ଲାଇକେରାରେ ୨୧୫ ମିମି, ଝାରସୁଗୁଡ଼ା କିରମିରାରେ ୨୦୮ ମିମି, ଅନୁଗୁଳ ଆଠମଲ୍ଲିକରେ ୨୦୧ ମିମି, ଝାରସୁଗୁଡ଼ା କୋଲାବିରାରେ ୧୯୯.୩ ମିମି ବର୍ଷା ହୋଇଯାଇଛି। 

No comments