ଶ୍ରୀମନ୍ଦିର ତିନି ଦ୍ବାରରେ ଲାଗିବ ରୁପା ଚାଦର। ମହାପ୍ରଭୁଙ୍କ ଜନୈକ ଭକ୍ତ ଏ ବାବଦକୁ ୧୯୨୦ କେଜି ଓଜନର ରୁପା ଦାନସୂତ୍ରରେ ଦେବେ। ଶ୍ରୀମନ୍ଦିର ପ୍ରଶାସନ କେବଳ ନିର୍ମା...
ଶ୍ରୀମନ୍ଦିର ପ୍ରଶାସନ କେବଳ ନିର୍ମାଣ ଖର୍ଚ୍ଚ ବହନ କରିବ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ବିଚାରବିମର୍ଷ ଚଳାଇଛି। ବିଭିନ୍ନ ନିଯୋଗ ସହ ଆଲୋଚନା କରି ମତାମତ ଲୋଡ଼ିଛି।
ଏହାଭିତରେ କିଛି ଡିଜାଇନ୍ ବି ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି। କିନ୍ତୁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ପ୍ରତ୍ନତତ୍ତ୍ବ ବିଭାଗ ଏ ସଂପର୍କରେ କିଛି ଜାଣିନଥିବା କହିଛି।
ଯେଉଁଥିରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଛତିଶାନିଯୋଗ ନାୟକ, ପୂଜାପଣ୍ଡା ନିଯୋଗ, ପୁଷ୍ପାଳକ ନିଯୋଗ, ପ୍ରତିହାରୀ ନିଯୋଗ, ସୁଆରବଡ଼ୁ ନିଯୋଗ, ଦେଉଳ କମାଣ୍ଡର, ତଢ଼ଉକରଣ, ଦେଉଳକରଣ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀମନ୍ଦିରର କଳାହାଟ ଦ୍ବାର, ବେହେରଣ ଦ୍ବାର ଓ ଜୟବିଜୟ ଦ୍ବାରରେ ରୁପା ଚାଦର ଲଗାଇବା ସଂପର୍କରେ ଆଲୋଚନା ହୋଇଥିଲା।


No comments