ଦେଶରେ ୮୭ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଅଗଷ୍ଟ ୨୮ ପର୍ଯ୍ୟନ୍ତ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ପ୍ରତ୍ୟେକ ୧ ଲକ୍ଷରୁ ଅଧି...
ଅଗଷ୍ଟ ୨୮ ପର୍ଯ୍ୟନ୍ତ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ପ୍ରତ୍ୟେକ ୧ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କ କରୋନା ଟେଷ୍ଟ୍ କରିଛନ୍ତି। କର୍ଣ୍ଣାଟକରେ ୧୨ ହଜାର ୨୬୦ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବାବେଳେ ତାମିଲନାଡ଼ୁରେ ୧୧ ହଜାର ୧୬୯ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଡାକ୍ତର, ନର୍ସ୍ ଏବଂ ଆଶା କର୍ମୀ ଅଛନ୍ତି। ଉପରୋକ୍ତ ୩ଟି ରାଜ୍ୟରୁ ପ୍ରାୟ ୫୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ
କେବଳ ମହାରାଷ୍ଟ୍ରରେ ୨୮ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ମୋଟ୍ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁର ୫୦ ପ୍ରତିଶତ ମହାରାଷ୍ଟ୍ରରେ ହୋଇଛି। ଅଗଷ୍ଟ ୨୮ ପର୍ଯ୍ୟନ୍ତ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ପ୍ରତ୍ୟେକ ୧ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କ କରୋନା ଟେଷ୍ଟ୍ କରିଛନ୍ତି।
ଉପରୋକ୍ତ ୩ଟି ରାଜ୍ୟରୁ ପ୍ରାୟ ୫୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ଉକ୍ତ ୩ଟି ରାଜ୍ୟରୁ ସର୍ବାଧିକ ସ୍ବାସ୍ଥ୍ୟକର୍ମୀଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୯୨ ଜଣ ସ୍ବାସ୍ଥ୍ୟକର୍ମୀଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ଯଥାକ୍ରମେ ୪୬ ଏବଂ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ପ୍ରସଙ୍ଗ ଏବେ ଚିନ୍ତାର କାରଣ ହୋଇଛି।


No comments