Page Nav

HIDE

Grid

GRID_STYLE

Classic Header

Breaking News:

latest

ସରକାର ୧୪ ଜାଏ ଲକ୍ ଡାଉନ୍ ସଟଡାଉନ ଉଠେଇଦେଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି କରାଯାଇଥିବା ଅନ୍‌ଲକ୍-୪ ଗାଇଡ୍‌ଲାଇନ୍ସରେ ସ୍ପଷ୍ଟ କରି ଦିଆଯାଇଛି ଯେ କଣ୍ଟେନମେ...

ସରକାର ୧୪ ଜାଏ ଲକ୍ ଡାଉନ୍ ସଟଡାଉନ ଉଠେଇଦେଲେ।



କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି କରାଯାଇଥିବା ଅନ୍‌ଲକ୍-୪ ଗାଇଡ୍‌ଲାଇନ୍ସରେ ସ୍ପଷ୍ଟ କରି ଦିଆଯାଇଛି ଯେ କଣ୍ଟେନମେଣ୍ଟ୍ ଜୋନ୍ ବାହାରେ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଲକ୍ ଡାଉନ୍ ଘୋଷଣା କରିପାରିବେ ନାହିଁ। 

ରାଜ୍ୟ ଭିତରେ ଏବଂ ରାଜ୍ୟମାନଙ୍କ ମଧ୍ୟରେ କୌଣସି ପ୍ରକାର ଯାତାୟତକୁ ମଧ୍ୟ କଟକଣାମୁକ୍ତ ରଖାଯାଇଛି। ସେପ୍ଟେମ୍ବର ମାସରେ ମଧ୍ୟ ସ୍କୁଲ ଓ କଲେଜ ବନ୍ଦ ରହିବ। ତେବେ ଧାର୍ମିକ, ସାମାଜିକ ଏବଂ ରାଜନୈତିକ ସମାବେଶ କଟକଣାକୁ କୋହଳ କରାଯାଇଛି। ଏଭଳି ସମାବେଶରେ ସର୍ବାଧିକ ୧୦୦ ଲୋକ ଭାଗ ନେଇପାରି‌ବେ ବୋଲି କୁହାଯାଇଛି। ଏହା ସେପ୍‌ଟେମ୍ବର ୨୧ ତାରିଖରୁ ଲାଗୁ ହେବ।

ଇତିମଧ୍ୟରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଜେଇଇ ଓ ନିଟ୍‌ ପରୀକ୍ଷାର୍ଥୀଙ୍କ ଯିବାଆସିବା ପାଇଁ ଆସନ୍ତାକାଲିଠାରୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ବି ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣା ଲାଗୁ ହେବନାହିଁ। 

No comments