Page Nav

HIDE

Grid

GRID_STYLE

Classic Header

Breaking News:

latest

କୋଭିଡ଼ ସହାୟତା ପ୍ୟାକେଜ ଖୁବ ଶୀଘ୍ର ଘୋଷଣା ହେବା କୁ ଯାଉଛି । ଦିନକୁ ଦିନ ଲୋକଙ୍କ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳ ଅର...

କୋଭିଡ଼ ସହାୟତା ପ୍ୟାକେଜ ଖୁବ ଶୀଘ୍ର ଘୋଷଣା ହେବା କୁ ଯାଉଛି ।



ଦିନକୁ ଦିନ ଲୋକଙ୍କ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ସଜାଡ଼ିବା ସହିତ ଲୋକଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ କରୋନା ସଂକଟର ୫ ମାସ ପରେ ସରକାର କମ୍‌ ସୁଧରେ ଋଣ ସହାୟତା ଦେବାକୁ ସ୍ଥିର କରିଛନ୍ତି। ଯାହାର ନାମ କୋଭିଡ୍‌-୧୯ ଆସିଷ୍ଟାନ୍‌ସ୍‌ ପ୍ୟାକେଜ୍‌ (କ୍ୟାପ୍‌) ରଖାଯାଇଛି। 

ଏଥିପାଇଁ ୪ ପ୍ରକାର ଆର୍ଥିକ ପ୍ୟାକେଜ୍‌ ପ୍ରସ୍ତୁତ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୬ ମାସ ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରଖିବାକୁ ଯୋଜନା ହୋଇଛି।

କ୍ଷୁଦ୍ର ବ୍ୟବସାୟୀ, ଖୁଚୁରା ବେପାରୀ, ଅଣୁ ଶିଳ୍ପଗୁଡ଼ିକ ମଧ୍ୟ ପୁଞ୍ଜି ଅଭାବରୁ ହାତବାନ୍ଧି ବସିଛନ୍ତି। ଦିନକୁ ଦିନ ଲୋକଙ୍କ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହେବାକୁ ବସିଲାଣି। 

ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାକେଜ୍‌-୧ ଅନ୍ତର୍ଗତ ଗ୍ରାମାଞ୍ଚଳରେ ବ୍ୟବସାୟ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା କିମ୍ବା ଗ୍ରାମୀଣ ଶିଳ୍ପ କରିଥିବା ପରିବାର ଯଥା ପନିପରିବା ବିକ୍ରି କରୁଥିବା ଦୋକାନୀ, ଚା’ ଦୋକାନୀ, ପାଉରୁଟି କାରଖାନା, ଅଟା ଓ ଧାନ କଳ, ଦୁଗ୍ଧ, ଛେଳି, କୁକୁଡ଼ା ଓ ଘୁଷୁରି ମାଂସ ବ୍ୟବସାୟୀ, ମତ୍ସ୍ୟ ବ୍ୟବସାୟୀ, ଟେଲରିଂ, ଅଟୋମୋବାଇଲ୍‌ ମେକାନିକ୍‌, ଯନ୍ତ୍ରପାତି ମରାମତି ଦୋକାନ, ଓ୍ବେଲଡିଂ ଦୋକାନ, ପାଣି ପାଇପ ଦୋକାନ, ବିଦ୍ୟୁତ୍‌ ସାମଗ୍ରୀ ବିକ୍ରି ଷ୍ଟୋର୍‌ଗୁଡ଼ିକୁ ସାମିଲ କରାଯାଇଛି। 

No comments