ରାଜ୍ୟ ରେ ପ୍ରବଳ ବର୍ଷା ୨୫ ଓ ୨୬ ରେ ଅତି ପ୍ରବଳ ବର୍ଷିବ। ଏହା ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ। ୨୬ ତାରିଖ ଦିନ ଏହା ଝାଡ଼ଖଣ୍ଡ ଉପରେ ରହିବ। ଏହା ପରଦିନ ପଶ...
ଏହା ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ। ୨୬ ତାରିଖ ଦିନ ଏହା ଝାଡ଼ଖଣ୍ଡ ଉପରେ ରହିବ। ଏହା ପରଦିନ ପଶ୍ଚିମ ଆଡ଼କୁ ଗତି କରି ମଧ୍ୟପ୍ରଦେଶ, ବିହାର ଓ ପୂର୍ବ ଉତ୍ତରପ୍ରଦେଶରେ ରହିବ। ୨୮ ତାରିଖରେ ଉତ୍ତର ପ୍ରଦେଶ ଉପରେ ରହିବାର ଆକଳନ କରାଯାଉଛି। ତେବେ ଆସନ୍ତାକାଲି ଏହାର ପ୍ରଭାବରେ ଓଡ଼ିଶାର ୧୧ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷିବ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରେଡ୍ ୱାର୍ଣ୍ଣି ଜାରି ହୋଇଥିବା ଏହି ୧୧ଟି ଜିଲ୍ଲା ହେଲା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼।
ଏଥିସହ ଆସନ୍ତାକାଲି ପୁରୀ, ଖୋର୍ଧା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ନୟାଗଡ଼, ଗଞ୍ଜାମ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
୨୭ ତାରିଖ ଦିନ ବର୍ଷା କମିଯିବ ଓ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ୨୮ ତାରିଖକୁ ପାଗ ଶୁଖିଲା ରହିବ।


No comments