Page Nav

HIDE

Grid

GRID_STYLE

Classic Header

Breaking News:

latest

ଆଇଡ୍ରମ ପରିଚାଳନା କଲେଜ, ତାଳଚେର, କରୋନା ଯୋଦ୍ଧାଙ୍କ ମଂଗଲକାମନା ପାଇଁ ନିରବ ପ୍ରାର୍ଥନା

କରୋନା ଭଳି ମହାମାରି ରୋଗକୁ ନିପାତ କରିବା ପାଇଁ ଓଡିଶାରେ ପୋଲିସ,ସ୍ୱାସ୍ଥ୍ୟ ବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ,ସଫେଇ କର୍ମଚାରୀ, ଅଗ୍ନିଶମ ସେବା କର୍ମଚାରୀ ସହ ଖବରଦାତା ଏବଂ...


କରୋନା ଭଳି ମହାମାରି ରୋଗକୁ ନିପାତ କରିବା ପାଇଁ ଓଡିଶାରେ ପୋଲିସ,ସ୍ୱାସ୍ଥ୍ୟ ବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ,ସଫେଇ କର୍ମଚାରୀ, ଅଗ୍ନିଶମ ସେବା କର୍ମଚାରୀ ସହ ଖବରଦାତା ଏବଂ ଅନ୍ୟ ଜରୁରୀ ସେବାକାଳିନ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧାଭାବେ ଘୋଷଣା କରାଯାଇଛି। ଏପରିକି ଜନସାଧାରଣଙ୍କୁ ଏହି ରୋଗରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ସେବା ଯୋଗାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରିକି କେତେକ କରୋନା ଯୋଦ୍ଧା ସେବାନିବୃତ ବେଳେ ମୃତ୍ୟୁ ମୁଖରେ ମଧ୍ୟ ପଡିଛନ୍ତି। ସେମାନଙ୍କ ଆତ୍ମାର ସଦଗତି ସହିତ ସେବା ଯୋଗାଇ ଚାଲିଥିବା କରୋନା ଯୋଦ୍ଧାଙ୍କ ମଂଗଲକାମନା ପାଇଁ ସରକାରଙ୍କ ଆଦେଶ ମତେ ସାରା ରାଜ୍ୟରେ ନିରବ ପ୍ରାର୍ଥନା ବୁଧବାର ସଂଧ୍ୟାରେ କରାଯାଇଛି। ଏହି ପରିପ୍ରେକ୍ଷିରେ ଆଇଡ୍ରମ ପରିଚାଳନା କଲେଜ, ତାଳଚେର, ବଲହର କଲେଜର ପରିଚାଳକ ମିଷ୍ଟର ଦୀପ୍ତିରଞ୍ଜନ ବିଶ୍ଵାଳ ଙ୍କ ନେତୃତ୍ୱରେ କରୋନା ଯୋଦ୍ଧାଙ୍କ ପାଇଁ ୬ ମିନିଟ୍ ର ନିରବ ପ୍ରାର୍ଥନା କରାଯାଇଛି। କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟକ୍ଷ ,ଅଧ୍ୟକ୍ଷା ମଧ୍ୟ କରୋନା ଯୋଦ୍ଧାଙ୍କ ମଂଗଲକାମନା ପାଇଁ ନିରବ ପ୍ରାର୍ଥନା କରିଅଛନ୍ତି।







No comments