ଏ ବର୍ଷ ଅଗଷ୍ଟରେ ୨୪ ପ୍ରତିଶତ ଅଧିକ ବର୍ଷା, ଭାଙ୍ଗିଲା ୧୯୮୩ ମସିହା ରେକର୍ଡ। ଅଗଷ୍ଟ ମାସରେ ୨୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ଶେଷଥର ପାଇଁ ୧୯୮୩ ମସିହା...
ଅଗଷ୍ଟ ମାସରେ ୨୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ଶେଷଥର ପାଇଁ ୧୯୮୩ ମସିହା ଅଗଷ୍ଟ ମାସରେ ଏତେ ମାତ୍ରାରେ ବର୍ଷା ହୋଇଥିଲା । ଏହା ପୂର୍ବରୁ ୧୯୨୬ ଅଗଷ୍ଟରେ ସର୍ବାଧିକ ୩୩ ପ୍ରତିଶତ ଅତିରିକ୍ତ ବର୍ଷା ରେକର୍ଡ କରାଯାଇଥିଲା । କେନ୍ଦ୍ର ଭାରତ ସମେତ ପଶ୍ଚିମ ଭାରତର କେତେକ ଅଞ୍ଚଳରେ ଅଗଷ୍ଟ ପ୍ରଥମ ୩ ସପ୍ତାହରେ ସର୍ବାଧିକ ବର୍ଷା ହୋଇଛି । ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ଜାରି ରିପୋର୍ଟରେ ଏହା କୁହାଯାଇଛି ।
ଏବର୍ଷ ଅଗଷ୍ଟ ମାସରେ ମୋଟ ୫ଟି ଲଘୁଚାପ ସୃଷ୍ଟି ହୋଇ ପୂର୍ବ, ପଶ୍ଚିମ ଏବଂ କେନ୍ଦ୍ର ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇଛି । ଉତ୍ତର-ପଶ୍ଚିମ ଭାରତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ୮ ପ୍ରତିଶତ ଅଧିକ ମୌସୁମୀ ବର୍ଷା ହୋଇଛି । କେନ୍ଦ୍ର ଭାରତରେ ୧୬ ପ୍ରତିଶତ ଅଧିକ ମୌସୁମୀ ବର୍ଷା ହୋଇଥିବା ବେଳେ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।


No comments