Page Nav

HIDE

Grid

GRID_STYLE

Classic Header

Breaking News:

latest

ଦେଶରେ କରୋନା ଆରୋଗ୍ୟ ହେଲେଣି ୬୨ ଲକ୍ଷ। ମୃତ୍ୟୁସଂଖ୍ୟା ମଧ୍ୟ ୬୧ ହଜାର ୫୨୯ରେ ପହଞ୍ଚିଛି। ଦେଶରେ ଏବେ ୭ ଲକ୍ଷ ୪୨ ହଜାର ୨୩ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍...

ଦେଶରେ କରୋନା ଆରୋଗ୍ୟ ହେଲେଣି ୬୨ ଲକ୍ଷ।



ମୃତ୍ୟୁସଂଖ୍ୟା ମଧ୍ୟ ୬୧ ହଜାର ୫୨୯ରେ ପହଞ୍ଚିଛି। ଦେଶରେ ଏବେ ୭ ଲକ୍ଷ ୪୨ ହଜାର ୨୩ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୨୧.୯୦ ପ୍ରତିଶତ। ଦେଶରେ କରୋନା ସଂକ୍ରମଣ ମାମଲା ଅଗଷ୍ଟ ୭ରେ ୨୦ ଲକ୍ଷ ଟପିଥିବାବେଳେ ଅଗଷ୍ଟ ୨୩ରେ ୩୦ ଲକ୍ଷ ଟପିଛି। ତେବେ ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଅଗଷ୍ଟ ୨୭ ସୁଦ୍ଧା ୩ କୋଟି ୯୪ ଲକ୍ଷ ୭୭ ହଜାର ୮୪୮ ନମୁନା ପରୀକ୍ଷା ହୋଇଛି।

ଗୁରୁବାର ଦିନ ୯ ଲକ୍ଷ ୧ ହଜାର ୩୩୮ ନମୁନା ପରୀକ୍ଷା ହୋଇଛି। ଦେଶରେ ସଂକ୍ରମଣ ମାମଲା ଲଗାତାର ଭାବେ ବଢ଼ି ଚାଲିଥିଲେ ମଧ୍ୟ ସେହି ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୧୭୭ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ପ୍ରାୟ ୨୬ ଲକ୍ଷ ଅର୍ଥାତ୍‌ ୨୫ ଲକ୍ଷ ୮୩ ହଜାର ୯୪୮କୁ ବୃଦ୍ଧି ପାଇଛି।

ତେବେ ସକ୍ରିୟ ମାମଲା ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ପ୍ରାୟ ୩.୫ ଗୁଣା ଅଧିକ ରହିଛି। ସେହିପରି ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଏବେ ୧୮ ଲକ୍ଷ ୪୧ ହଜାର ୯୨୫କୁ ବୃଦ୍ଧି ପାଇଛି। ଏଯାବତ୍‌ ଦେଶରେ ୧୭୨୩ଟି ଉତ୍ସର୍ଗୀକୃତ କୋଭିଡ୍‌ ହସ୍ପିଟାଲ୍‌, ୩୮୮୩ ଉତ୍ସର୍ଗୀକୃତ ‌କୋଭିଡ୍‌ ହେଲ୍‌ଥ ସେଣ୍ଟର, ୧୧ ହଜାର ୬୮୯ଟି କୋଭିଡ୍‌ କେୟାର ସେଣ୍ଟର, ୧୫ ଲକ୍ଷ ୮୯ ହଜାର ୧୦୫ ଆଇସୋଲେସନ୍‌ ବେଡ୍‌, ୨ ଲକ୍ଷ ୧୭ ହଜାର ୧୨୮ ଅକ୍ସିଜେନ୍‌ ସପୋର୍ଟେଡ୍‌ ବେଡ୍‌ ଏବଂ ୫୭ ହଜାର ୩୮୦ ଆଇସିୟୁ ବେଡ୍‌ ରହିଛି।

No comments