କରୋନା ପାଇଁ ବଦଳି ଯାଉଛି କଟକ ଦଶହରା। ଆବଦ୍ଧ ମଣ୍ଡପରେ ହେବ ଦଶହରା। । ପୁରୀ ରଥଯାତ୍ରା ଶୈଳୀରେ ଏଥର କଟକ ଦୁର୍ଗାପୂଜା ବିନା ଭକ୍ତରେ ଆୟୋଜନ କରାଯିବ। ମଣ୍ଡପକୁ ଚାରିପଟ...
। ପୁରୀ ରଥଯାତ୍ରା ଶୈଳୀରେ ଏଥର କଟକ ଦୁର୍ଗାପୂଜା ବିନା ଭକ୍ତରେ ଆୟୋଜନ କରାଯିବ। ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ। କେହି ଭକ୍ତ ମଣ୍ଡପକୁ ମା’ଙ୍କ ଦର୍ଶନ ପାଇଁ ଯାଇପାରିବେ ନାହିଁ। କେବଳ କର୍ତାଙ୍କୁ ମିଶାଇ ୫ ଜଣଙ୍କୁ ମଣ୍ଡପରେ ଉପସ୍ଥିତ ରହିବାକୁ ଅନୁମତି ମିଳିବ।
ଆଜି କଟକ କମିସନରେଟ ପୁଲିସ ଓ ପୂଜା କମିଟି ଏଭଳି ଢଙ୍ଗରେ ପ୍ରସ୍ତାବ ରଖିଛି। ଆସନ୍ତା ସୋମବାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ନେଇ ସୂଚନା ମିଳିଛି।
ଏଥର ଦୁର୍ଗାପୂଜା ଆୟୋଜନ ଉପରେ କଟକ କମିସନରେଟ ପୁଲିସ ଅଙ୍କୁଶ ଲଗାଇବାକୁ ଯାଉଛି। ଆଜି ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କଟକ ଡିସିପିଙ୍କ ଅଫିସରେ ଅପରାହ୍ନ ପ୍ରାୟ ୪ ଟା ବେଳେ ପୂଜା କମିଟି ସହିତ ଏକ ବୈଠକ ଡାକିଥିଲେ।
। ଦୁର୍ଗା ମେଢ଼ ୪ ରୁ ୫ ଫୁଟ ଭିତରେ ହେବାକୁ ପ୍ରସ୍ତାବ ଦିଆଯାଇଛି। ବମ୍ବେରେ ୪ ଫୁଟିଆ ଗଣେଶ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ସେହି ନିର୍ଦେଶକୁ ଦୃଷ୍ଟିରୁ ରଖି କଟକରେ ୪ ଫୁଟ ଭିତରେ ଦୁର୍ଗାଙ୍କ ମୂର୍ତ୍ତି କରିବାକୁ ଯୋଜନା କରାଯାଉଛି। ଷଷ୍ଠୀରୁ ଦଶମୀ ଯାଏ କେବଳ ୫ ଜଣ କର୍ମକର୍ତ୍ତା ମଣ୍ଡପରେ ରହିବାକୁ ଅନୁମତି ମିଳିପାରେ।


No comments