Page Nav

HIDE

Grid

GRID_STYLE

Classic Header

Breaking News:

latest

ଗାଧୋଇବା ସମୟରେ ସେଲ୍‌ଫି ନେବା କାଳ ହେଲା, କେନାଲ୍‌ରେ ବୁଡି ଯୁବକ ମୃତ

ଭଞ୍ଜନଗର: କେନାଲ୍‌ରେ ଗାଧୋଇବା ସମୟରେ ସେଲ୍‌ଫି ନେବା ମହଙ୍ଗା ପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଥାନା ଅଧିନ ଡ଼ହ କେନାଲ୍‌ ନିକଟରେ। ବ୍ରହ୍...


ଭଞ୍ଜନଗର: କେନାଲ୍‌ରେ ଗାଧୋଇବା ସମୟରେ ସେଲ୍‌ଫି ନେବା ମହଙ୍ଗା ପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଥାନା ଅଧିନ ଡ଼ହ କେନାଲ୍‌ ନିକଟରେ। ବ୍ରହ୍ମପୁର ତୁଳସୀନଗର ଅଞ୍ଚଳର ସୌରଭ ବେହେରା(୨୩) ନିଜ ସଂର୍ପକୀୟ ଭ‌ାଇମାନଙ୍କ ସହ ଡ଼ହ ବୁଲିବାକୁ ଯାଇଥିଲେ। ଏହି ସମୟ‌ରେ‌ ସେଠାରେ ଗା‌ଧୋଇବା ବେଳେ କେନାଲ୍‌ରେ ବୁଡିଯିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଗଂଜାମ ଜିଲ୍ଲା ବ୍ରହ୍ମପୁର ତୁଳସୀନଗରରେ ରହୁଥିବା ରାଜେନ୍ଦ୍ର ବେହେରାଙ୍କ ପୁଅ ସୌରଭ ଭଞ୍ଜନଗରସ୍ଥିତ ସଂର୍ପକୀୟ ମଉସା ବାବୁଲା ଗୌଡ଼ଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଜି ସୌରଭ ତାଙ୍କ ସଂର୍ପକୀୟ ଭାଇ କିଶାନ୍‌ ଗୌଡ଼, ଛତ୍ରପୁରରେ ରହୁଥିବା ଭିଣୋଇ କୋକେଶ ମହାକୁଡ଼ ଓ ସ୍ଥାନୀୟ ଜଣେ ଯୁବକ ଶିବରାମ ପାତ୍ର ଡ଼ହ ‌ଡ଼୍ୟାମ୍‌ ବୁଲିବାକୁ ଯାଇଥିଲେ। ସେଠାରେ ବୁଲାବୁଲି କରିବା ପରେ ନିକଟରେ ଥିବା କେନାଲ୍‌ରେ ଗୋଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ମୋବାଇଲ୍‌ରେ ସେଲଫି ଉଠାଉଥିଲେ। ଏହି ସମୟରେ ସୌରଭ ଅସାବଧାନତା ବଶତଃ ପାଣି ଭିତରକୁ ପଡି ଯାଇଥିଲେ। ପାଖରେ ଥିବା ଅନ୍ୟମାନେ ଚାହିଁ ଥିଲେ ମଧ୍ୟ ତ‌ାଙ୍କୁ ଉଦ୍ଧାର କରି ପାରିନଥିଲେ।ସ୍ଥାନୀୟ କିଛି ଯୁବକ ଏମାନଙ୍କ ପାଟି ଶୁଣି ଆସି ସୌରଭକୁ ପାଣି ଭିତରୁ ବାହାର କରିଥିଲେ। ଏହାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ‌ସୌରଭକୁ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ସୌରଭଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ୍‌ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

No comments