Page Nav

HIDE

Grid

GRID_STYLE

Classic Header

Breaking News:

latest

ହୀରାକୁଦ ଜଳସ୍ତର ୬୨୭ ଫୁଟ୍ ଟପିଲା

ହୀରାକୁଦ : ମହାନଦୀର ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।ହୀରାକୁଦ ଜଳ ଭଣ୍ଡାରର ଜଳସ୍ତ...


ହୀରାକୁଦ : ମହାନଦୀର ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୨୭.୨୩ ଫୁଟ ରହିଛି । ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୮୨ ହଜାର ୭୪୩ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୭ଲକ୍ଷ ୬୨ହଜାର ୦୩୪ ଘନଫୁଟ ଜଳ ନିଷ୍କାସିତ ହେଉଛି। ମୋଟ ୪୬ଟି ସ୍ଲଇସ୍ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବାମ ପଟର ୩୧ଟି ଏବଂ ଡାହାଣ ପଟର ୧୫ଟି ଗୋଟ ଖୋଲାଯାଇଛି।

ଛତିଶଗଡର କଲମା ବ୍ୟାରେଜ ନିକଟରେ ମଧ୍ୟ ମହାନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।

No comments