ଖୋଲିଲା ହୀରାକୁଦ ଜଳ ଭଣ୍ଡାର ୪୦ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ମହାନଦୀରେ ବନ୍ୟା ଜଳ ଯୋଗୁଁ ସୁବଳୟା ଠାରୁ ରେଢାଖୋଳ ଓ ବୌଦ୍ଧ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।...
ମହାନଦୀରେ ବନ୍ୟା ଜଳ ଯୋଗୁଁ ସୁବଳୟା ଠାରୁ ରେଢାଖୋଳ ଓ ବୌଦ୍ଧ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରୁ ରେଢ଼ାଖୋଲ ରାସ୍ତାର ବାଉରୀ ଯୋର ଉପରେ ୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନିକଟରେ ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହୋଇଛି।
ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଥିବାରୁ ଆଜି ଅପରାହ୍ନରେ ପୁଣି ୪ଟି ଗେଟ୍ ଖୋଲିଛି। ଏଥି ସହିତ ହୀରାକୁଦ ଡ୍ୟାମ୍ରୁ ବର୍ତ୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।
ଜଳ ସ୍ତର ବୁଥିବା ଦେଖି ମହାନଦୀ ସିଷ୍ଟମର ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି। ଏହା ସହ ବନ୍ୟା ଆଶଙ୍କା ଥିବା ଅଞ୍ଚଳକୁ ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ ପଠାଯାଇଛି। କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଏବେ ବର୍ଷା କମୁଥିବା ସହ ଜଳ ପ୍ରବାହ ୧୦ରୁ ସାଢେ୧୦ ଲକ୍ଷ ମଧ୍ୟରେ ରହିବ, ଯାହା ପାଇଁ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି।


No comments