Page Nav

HIDE

Grid

GRID_STYLE

Classic Header

Breaking News:

latest

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଲେ ଇସ୍ତଫା, ଦର୍ଶାଇଲେ ସ୍ବାସ୍ଥ୍ୟଗତ ସମସ୍ୟା।

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଲେ ଇସ୍ତଫା, ଦର୍ଶାଇଲେ ସ୍ବାସ୍ଥ୍ୟଗତ ସମସ୍ୟା। ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଦେଇଛନ୍ତି ଇସ୍ତଫା। ସ୍ବାସ୍ଥ୍...

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଲେ ଇସ୍ତଫା, ଦର୍ଶାଇଲେ ସ୍ବାସ୍ଥ୍ୟଗତ ସମସ୍ୟା।
ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଦେଇଛନ୍ତି ଇସ୍ତଫା। ସ୍ବାସ୍ଥ୍ୟଗତ ଅସୁବିଧା କାରଣରୁ ସେ ଇସ୍ତଫା ଦେଇଛନ୍ତି ବୋଲି କାରଣ ଦର୍ଶାଇଛନ୍ତି। ଔପଚାରିକ ଭାବରେ ଇସ୍ତଫା ଦେଇଥିବା ନେଇ ସେ ଶୁକ୍ରବାର ଘୋଷଣା କରିଛନ୍ତି। ଗତ କିଛି ଦିନ ଧରି ସିଞ୍ଜୋ ଆବେ ଅସୁସ୍ଥ ରହିଛନ୍ତି ଓ ଏହି ସମୟରେ ବହୁବାର ତାଙ୍କୁ ହସ୍ପିଟାଲ​‌ରେ ଭର୍ତ୍ତି ହେବାକୁ ପଡିଛି।

ଖରାପ ସ୍ବାସ୍ଥ୍ୟବସ୍ଥା କାରଣରୁ ସିଞ୍ଜୋ ଆବେ ଏଭଳି ନିଷ୍ପତ୍ତି ନେଇଥିବା ନେଇ କୁହାଯାଉଛି। ଗତଥର ଆବେ ଯେତେବେଳେ ହସ୍ପିଟାଲ ଯାଇଥିଲେ, ସେତେବେଳେ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ଥିଲେ। ତାଙ୍କର କାର୍ଯ୍ୟକାଳ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ରହିଛି।

ଗତ ସୋମବାର ଆବେ ନିଜର କାର୍ଯ୍ୟାଳୟରେ ୮ ବର୍ଷ ପୂରଣ କରି ନେଇଛନ୍ତି। ଜାପାନରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେ ଏକମାତ୍ର ପ୍ରଧାନମନ୍ତ୍ରୀ ହୋଇ ରହିଥିଲେ। ୬୫ ବର୍ଷୀୟ ଆବେ ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବାର ପ୍ରତିଶୃତି ଦେଇଥିଲେ। ଚୀନର ବିପଦକୁ ଦେଖି ଆବେ ଜାପାନ ସେନାକୁ ମଜବୁତ କରିବାରେ ଲାଗିଥିଲେ।

No comments