ଆଜି ଅନ୍ତର୍ଜାତୀୟ ଖେଳ ଦିବସ।ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ‘ଅର୍ଜୁନ ପୁରସ୍କାର’। ନବାଗତଙ୍କୁ ମାର୍ଗଦର୍ଶନ କରିବାରେ ତାଙ୍କୁ ମିଳୁଥିଲା ଆନନ୍ଦ। ରାଜ୍ୟ ପାଇଁ...
ନବାଗତଙ୍କୁ ମାର୍ଗଦର୍ଶନ କରିବାରେ ତାଙ୍କୁ ମିଳୁଥିଲା ଆନନ୍ଦ। ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଏହି ମହାନ୍ କ୍ରୀଡ଼ାବିତ୍ ହେଲେ ୧୯୮୧ ମସିହାର ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀ।
ସେହିବର୍ଷ ସେ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ପ୍ରତିନିଧିତ୍ବ କରି ଗୋଟେ କି ଯୋଡ଼େ ନୁହେଁ ୬ଟି ପଦକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଲଗାତାର ୫ ଥର ଜାତୀୟ ଭାରୋତ୍ତୋଳନ ବିଜେତା। ତାଙ୍କୁ ମିଳିଛି ଦେଶର ଶ୍ରେଷ୍ଠ ଭାରୋତ୍ତୋଳକର ସମ୍ମାନ।
ଏହା ପଛର କାରଣ ଖୋଜୁ ଖୋଜୁ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଲା। ସୂଚନା ମୁତାବକ, ଏଭଳି ଜଣେ ମହାନ୍ କ୍ରୀଡ଼ାବିତ୍ଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ସୁବିଧା ସୁଯୋଗ ପ୍ରଦାନ କରାଯାଇନାହିଁ। ସେଥିରେ ମଧ୍ୟ ତାଙ୍କର କୌଣସି ଅନୁଶୋଚନା ନଥିଲା
ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳି ଭାବେ ଯାହାର ଫଟୋ କ୍ରୀଡ଼ା ବିଭାଗ ନିଜ କାର୍ଯ୍ୟାଳୟର କାନ୍ଥରେ ଟାଙ୍ଗିଛି, ତାଙ୍କର ବିଭିନ୍ନ ସଫଳତା ସମ୍ପର୍କିତ ସାର୍ଟିଫିକେଟ୍ ଗୁଡ଼ିକ ଦାଖଲ କରିବାକୁ କୁହାଗଲା।


No comments