Page Nav

HIDE

Grid

GRID_STYLE

Classic Header

Breaking News:

latest

୩ ଆଇପିଏଲ ଦଳ ୟୁଏଇ ପହଁଞ୍ଚୀଲେ । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବା ଲାଗି ୩ଟି ଆଇପିଏଲ୍‌ ଦଳ ଗୁରୁବାର ୟୁଏଇ ପହଞ୍ଚିଯାଇଛନ୍ତି। ପ୍ରଥମେ ପହଞ୍ଚିଥିବା ଏହି ...

୩ ଆଇପିଏଲ ଦଳ ୟୁଏଇ ପହଁଞ୍ଚୀଲେ ।



ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବା ଲାଗି ୩ଟି ଆଇପିଏଲ୍‌ ଦଳ ଗୁରୁବାର ୟୁଏଇ ପହଞ୍ଚିଯାଇଛନ୍ତି। ପ୍ରଥମେ ପହଞ୍ଚିଥିବା ଏହି ୩ ଦଳ ହେଲେ କିଙ୍ଗସ ଇଲେଭେନ୍‌ ପଞ୍ଜାବ, କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ। ଆଇପିଏଲ୍‌ ଜୈବ ସୁରକ୍ଷିତ ବ୍ୟବସ୍ଥା ନିୟମ ଅନୁସାରେ ପଞ୍ଜାବ ଏବଂ ରାଜସ୍ଥାନ ଦଳ ସ୍ବତନ୍ତ୍ର ଚାଟାର୍ଡ ବିମାନରେ ଦୁବାଇ ପହଞ୍ଚିଥିଲେ। ପରେ ପରେ କୋଲକାତା ନାଇଟ୍ ରାଇଡର୍ସ ନିଜର ବେସ୍‌ ଆବୁଧାବିରେ ଅବତରଣ କରିଥିଲା। 

ଖେଳାଳିମାନେ ପହଞ୍ଚିବା ପରେ ୬ ଦିନିକିଆ ସଂଗରୋଧରେ ରହିବେ। ପ୍ରଥମ, ତୃତୀୟ ଏବଂ ଷଷ୍ଠ ଦିବସରେ କରୋନା ପରୀକ୍ଷାର ସମ୍ମୁଖୀନ ହେବେ। ସପୋର୍ଟ ଷ୍ଟାଫମାନେ ପ୍ରତି ୫ ଦିନରେ ପରୀକ୍ଷା ଦେବେ। ଶୁକ୍ରବାର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର୍ କିଙ୍ଗସ ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଦଳ ୟୁଏଇ ଗସ୍ତ କରିବାକୁ ଥିବାବେଳେ ଅବଶିଷ୍ଟ ଦୁଇ ଦଳ ‌ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଆସନ୍ତା ସପ୍ତାହରେ ଯାତ୍ରା କରିବେ।

ଗୁରୁବାର ବିମାନରେ ୟୁଏଇ ଗସ୍ତ କରୁଥିବାର ଏକ ଫଟୋକୁ ପଞ୍ଜାବ ଦ୍ରୁତ ବୋଲର ମହମ୍ମଦ ସାମି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଯାହାର ଶ‌ିରୋନାମା ‘ଆପ୍‌ନେ ମୁଣ୍ଡେ ଅଫ୍‌ ଟୁ ଦୁବାଇ’ ରଖିଛନ୍ତି। ରାଜସ୍ଥାନ ରୟାଲ୍ସ ମଧ୍ୟ ୟୁଏଇ ଗସ୍ତ କରିଥିବା ନିଜ ଟ୍ବିଟର୍‌ ପୃଷ୍ଠାରେ ସୂଚନା ଦେଇଛି। ଦଳ ଏହାର ଖେଳାଳି ୟୁଏଇ ଯିବାକୁ ପ୍ରସ୍ତୁତ ହେଉଥିବା ବେଳର ଏକ ଫଟୋ ପୋଷ୍ଟ କରିଛି। ଏହାର ଶିରୋନାମା ‘ୟୁଏଇ ପ୍ରସ୍ତୁତ’ ବୋଲି ରଖିଛି।

No comments