Page Nav

HIDE

Grid

GRID_STYLE

Classic Header

Breaking News:

latest

ଏ ବର୍ଷ ଆସିବେନି ଗଜାନନ। ସାର୍ବଜନୀନ ପୂଜା ଉପରେ ଲାଗିଲା ନିଷେଧାଦେଶ । ଗଣପତି ବାପା ମୋରିୟା, ଅଗଲେ ବରଷ ତୁ ଜଲଦି ଆନା’ । ଗତ ବର୍ଷ ଗଣେଷ ବିସର୍ଜନ ବେଳେ ମାଇକ୍‌ରେ ...

ଏ ବର୍ଷ ଆସିବେନି ଗଜାନନ। ସାର୍ବଜନୀନ ପୂଜା ଉପରେ ଲାଗିଲା ନିଷେଧାଦେଶ ।



ଗଣପତି ବାପା ମୋରିୟା, ଅଗଲେ ବରଷ ତୁ ଜଲଦି ଆନା’ । ଗତ ବର୍ଷ ଗଣେଷ ବିସର୍ଜନ ବେଳେ ମାଇକ୍‌ରେ ଏହି ଭଜନଟି ବାରମ୍ବାର ଲୋକଙ୍କୁ ଉଦ୍‌ବେଳିତ କରି ପକାଉଥିଲା। ହଜାର ହଜାର ଲୋକ ଗହଳି ଭିତରେ ଗଣେଶଙ୍କ ବଡ଼ ବଡ଼ ମେଢ଼ ବିସର୍ଜିତ ହେବା ପ‌ାଇଁ ରାଜରାସ୍ତାରେ ଗଡ଼ି ଯାଉଥିବା ‌ବେଳେ ଅନେକ ପ୍ରକାର ସାଂସ୍କୃତିକ ଶୋଭାଯାତ୍ରାରେ ସହର ଏକ ରକମ ରଙ୍ଗିନ ହୋଇ ଯାଉଥିଲା।

ଝାରସୁଗୁଡ଼ା ସହର ଏକ ବ୍ୟବସାୟ ପେଣ୍ଠ ହୋଇଥିବା ବେଳେ ଏଠାରେ ଗଣେଶ ପୂଜା ଅତି ଚମତ୍କାର ଢ଼ଙ୍ଗରେ ହୋଇଥାଏ। ପ୍ରତିବର୍ଷ ଏଠାରେ ନୂଆଁ ରୂପରେ ଓ ନୂଆଁ ଢ଼ଙ୍ଗରେ ଗଣେଶ ପୂଜା ପାଳିତ ହୋଇଥାଏ। ଏଥିପାଇଁ ପୂଜା କମିଟି ମାନଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ପ୍ରତିଯୋଗିତା ହୋଇଥାଏ। ଆସନ୍ତା ବର୍ଷ କେମିତି ନୂଆଁ ଢ଼ଙ୍ଗରେ ପୂଜା ହେବ ସେନେଇ ପ୍ରସ୍ତୁତିରେ ବର୍ଷସାରା ବିତି ଯାଇଥ‌ାଏ।  ପୂଜା ଉପରେ ନିଷେଧ‌ାଦେଶ ଲାଗି ଯିବାପରେ ସହରରେ ଗଣେଶ ପୂଜା ବନ୍ଦ ହୋଇଯାଇଛି। 

ଏବର୍ଷ କରୋନା ଯୋଗୁଁ ପୂର୍ବ ପ୍ରସ୍ତୁତି ମଧ୍ୟ ହୋଇନଥିଲା। ଝାରସୁଗୁଡ଼ାରେ ଗୋଟିଏ ଗୋଟିଏ ଗ‌ଣେଶ ପେଣ୍ଡାଲରେ ୨୫ ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।

No comments