Page Nav

HIDE

Grid

GRID_STYLE

Classic Header

Breaking News:

latest

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ୬୫ ବର୍ଷରେ ପଦାର୍ପଣ କରିଛି। ୧୯୫୬ରେ ୫ କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜିରୁ ଏହା ଯାତ୍ରା ଆରମ୍ଭ କରିଥିଲା। ବର୍ତ୍ତମାନ ଏଲ୍‌...

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ୬୫ ବର୍ଷରେ ପଦାର୍ପଣ କରିଛି।



୧୯୫୬ରେ ୫ କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜିରୁ ଏହା ଯାତ୍ରା ଆରମ୍ଭ କରିଥିଲା। ବର୍ତ୍ତମାନ ଏଲ୍‌ଆଇସି ପାଖରେ ୩୧,୯୬,୨୧୪.୮୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ଜାତୀୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ଏହି ସଂସ୍ଥା ପଲିସିଧାରକମାନଙ୍କ ପାଇଁ ଶ୍ରେଷ୍ଠ ପ୍ଲାନ୍ ଘୋଷଣା କରିବାରେ ଅଗ୍ରଦୂତ ସାଜିଛି।

ସମାଜର ଲାଭ ପାଇଁ ଏହା ୩୦,୬୯,୯୪୨ କୋଟି ଟଙ୍କାର ପାଣ୍ଠି ନିବେଶ କରିଛି। ବର୍ତ୍ତମାନ ଏଲ୍‌ଅରଇସିର ଆଠଟି ଜୋନାଲ୍‌ ଅଫିସ, ୧୧୩ ଡିଭିଜନାଲ୍ ଅଫିସ, ୭୪ ଗ୍ରାହକ ଜୋନ୍, ୨୦୪୮ ଶାଖା, ୧୫୨୬ ସାଟେଲାଇଟ୍‌ କାର୍ଯ୍ୟାଳୟ, ୩୩୫୪ ଲାଇଫ୍‌ ପ୍ଲସ୍‌ ଅଫିସ ଓ ୩୧,୫୫୬ ପ୍ରିମିୟମ୍ ପଏଣ୍ଟ୍‌ ରହିଛି।

୧୨ ଲକ୍ଷରୁ ଅଧିକ ଏଜେଣ୍ଟ୍‌ ଓ ୨୮.୯୨ କୋଟିରୁ ଅଧିକ ପଲିସିଧାରକ ଏହା ପାଖରେ ରହିଛନ୍ତି। କଂପାନି ପକ୍ଷରୁ ଏଣ୍ଡାଓମେଣ୍ଟ୍‌, ଟର୍ମ ଆସ୍ୟୁରାନ୍ସ, ଶିଶୁ, ପେନ୍‌ସନ୍, ଲଘୁ ବୀମା, ସ୍ବାସ୍ଥ୍ୟ ବୀମା ଓ ୟୁନିଟ୍ ଲିଙ୍କଡ୍ ପଲିସି ବିକ୍ରି କରାଯାଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ କଂପାନି ନୂଆ ବ୍ୟବସାୟରେ ୨୫.୧୭ ପ୍ରତିଶତ ବୃଦ୍ଧି ହାସଲ କରିଛି। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା କଂପାନି ୧.୭୮ ଲକ୍ଷ କୋଟି ଟଙ୍କାର ପ୍ରିମିୟମ୍ ସଂଗ୍ରହ କରି ୬୮.୭୪ ପ୍ରତିଶତ ବଜାର ଅଂଶ ହାସଲ କରିଛି।

No comments