Page Nav

HIDE

Grid

GRID_STYLE

Classic Header

Breaking News:

latest

ଭାରତ, ଜାପାନ ସହ ସାମିଲ ରୁଷିଆ!

୧୧।୦୮: ଭାରତ ଓ ଜାପାନ ସହ ଏକ ସମ୍ଭାବ୍ୟ ତ୍ରିପାକ୍ଷିକ ମେଣ୍ଟରେ ଯୋଗଦେବାକୁ ଚୀନ୍‌ର ଅନ୍ୟତମ ଘନିଷ୍ଠ ସହଯୋଗୀ ରୁଷିଆ ଇଚ୍ଛା ପ୍ରକଟ କରିଥିବାରୁ ଭାରତ-ପ୍ରଶାନ୍ତମହାସାଗ...


୧୧।୦୮: ଭାରତ ଓ ଜାପାନ ସହ ଏକ ସମ୍ଭାବ୍ୟ ତ୍ରିପାକ୍ଷିକ ମେଣ୍ଟରେ ଯୋଗଦେବାକୁ ଚୀନ୍‌ର ଅନ୍ୟତମ ଘନିଷ୍ଠ ସହଯୋଗୀ ରୁଷିଆ ଇଚ୍ଛା ପ୍ରକଟ କରିଥିବାରୁ ଭାରତ-ପ୍ରଶାନ୍ତମହାସାଗରୀୟ ଉପକ୍ରମରେ ରୁଷିଆ ସାମିଲ ହେବା ଲାଗି ଭାରତ ଚଳାଇଥିବା ଉଦ୍ୟମ ସଫଳ ହେବ ବୋଲି ଆଶା କରାଯାଉଛି। ସୂଚନା ଥାଉ କି, ଭାରତ-ପ୍ରଶାନ୍ତମହାସାଗରୀୟ ଉପକ୍ରମ ଏକ ମୁକ୍ତ, ଅବାଧ, ସ୍ବଚ୍ଛ ତଥା ସାମୂହିକ ପରିକଳ୍ପନା ଯାହାର କେନ୍ଦ୍ର ହେଉଛି ଦକ୍ଷିଣ ପୂର୍ବ ଏୟୀୟ ରାଷ୍ଟ୍ର ସଂଘ(ଏସିଆନ୍‌) ଏବଂ ଏଥିରେ କାହାକୁ ବାରଣ କରାଯାଇନାହିଁ ବୋଲି ଭାରତ ସ୍ପଷ୍ଟ କରି ଆସିଛି। ତେବେ ଏ ନେଇ ରହିଥିବା କିଛି ସନ୍ଦେହ ଦୂରୀଭୂତ ହୋଇନଥିବାରୁ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ରୁଷିଆକୁ ତଥାପି ବିଶ୍ବାସଭାଜନ କରାଇବା ଭାରତ ପାଇଁ ଅନିବାର୍ଯ୍ୟ ହୋଇପଡ଼ିଛି।

ଏ ପରିପ୍ରେକ୍ଷୀରେ ଗତ ୪ ତାରିଖରେ ଭାରତୀୟ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ରୁଷିଆ-ଭାରତ-ଜାପାନ ମଧ୍ୟରେ ଏକ ତ୍ରିପାକ୍ଷିକ ତତ୍ତ୍ବ ସମ୍ପର୍କରେ ରୁଷିଆ ଉପବିଦେଶମନ୍ତ୍ରୀ ଇଗୋର ମୋର୍ଗୁଲୋଭଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ଯଦିଓ ବର୍ତ୍ତମାନ ପାଇଁ ପରିକଳ୍ପନା ସ୍ତରରେ ହିଁ ରହିଛି, ତେବେ ଏହି ତିନି ଦେଶ ମିଳିତ ଭାବେ ପୁଞ୍ଜି ଲଗାଣ ସହ ବିଭିନ୍ନ ପ୍ରକଳ୍ପର ବିକାଶ କରିବାକୁ ଆଗ୍ରହୀ ଥିବା ଅନୁଭୂତ ହୋଇଛି। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷିଆ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କର ତାଙ୍କ ଦେଶରେ ସାକ୍ଷାତ ବେଳେ ଏଭଳି ପ୍ରସ୍ତାବ ଅଙ୍କୁରିବା ଆରମ୍ଭ କରିଥିଲା। ଅବଶ୍ୟ ଏ ବାବଦରେ ମସ୍କୋର କିଛି ବାଛ ବିଚାର ରହିଛି ଏବଂ ବିଶେଷ କରି ଭାରତ-ପ୍ରଶାନ୍ତମହାସାଗରୀୟ ଶବ୍ଦ ବ୍ୟବହାରକୁ ରୁଷିଆ ନାପସନ୍ଦ କରୁଛି, କାରଣ ଏହା ଚୀନ୍‌କୁ ଅଣଦେଖା କରିବ ବୋଲି ରୁଷିଆ ଆଶଙ୍କା କରୁଛି। ତେବେ ଭାରତ ମଧ୍ୟ ସ୍ପଷ୍ଟ କରିଚାଲିଛି ଯେ ଏହା ଏକ ସାମୂହିକ ପରିକଳ୍ପନା ଯାହାର ମଞ୍ଜିରେ ଏସିଆନ୍‌ ଅଧିକାର ରହିଛି। ତେଣୁ ଏହି ଉପକ୍ରମରେ ରୁଷିଆ ସାମିଲ ହୋଇ ଏହାର କାର୍ଯ୍ୟକାରିତାର ସାମୂହିକ ଦିଗକୁ ବେଶୀ ପ୍ରାଞ୍ଜଳ କରିବା ସହ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଭାରତ ଆଶାବାଦୀ ରହିଛି। ଭାରତ-ପ୍ରଶାନ୍ତମହାସାଗରୀୟ ଇଲାକା ଏକ ଶାନ୍ତ, ସ୍ଥିର ଏବଂ ଆର୍ଥିକ ସ୍ବଚ୍ଛଳ ଭାବେ ପରିଗଣିତ ହେବାକୁ ଭାରତ ଓ ରୁଷିଆର ସମାନ ପସନ୍ଦ ରହିଛି। ସୁତରାଂ କୌଣସି ଦେଶ ଏଥିରୁ ଏକତରଫା ଫାଇଦା ହାସଲ କରିବାର ପ୍ରଶ୍ନ ଉଠୁନାହିଁ। ତେଣୁ ଭାରତ-ପ୍ରଶାନ୍ତମହାସାଗରୀୟ ଉପକ୍ରମରେ ରୁଷିଆ ବେଶୀ ସଂଶ୍ଳିଷ୍ଟ ହେବାକୁ ଭାରତ ଚାହେ ବୋଲି ରୁଷିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡିବି ଭେଙ୍କଟେଶ ବର୍ମା ମସ୍କୋରେ କହିଛନ୍ତି।

No comments