ଡିସେମ୍ବର ସୁଦ୍ଧା ବଜାରକୁ ଆସିବ ଏଲ୍ଜିର ବ୍ୟାଟେରୀ ଚାଳିତ ଏୟାର ପ୍ୟୁରିଫାୟର ମାସ୍କ୍। ଭୁବନେଶ୍ୱର ୨୮/୮: ବଜାରକୁ ଆସିବ ଏଲଜିର ବ୍ୟାଟେରୀ ଚାଳିତ ଏୟାର ପ୍ୟୁରିଫା...
ଭୁବନେଶ୍ୱର ୨୮/୮: ବଜାରକୁ ଆସିବ ଏଲଜିର ବ୍ୟାଟେରୀ ଚାଳିତ ଏୟାର ପ୍ୟୁରିଫାୟର ମାସ୍କ । ଗୁରୁବାର କଂପାନୀ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏଥିରେ ଏୟାରକୁ ପ୍ୟୁରିଫାଏ କରିବା ପାଇଁ ଏକ ପରିବର୍ତ୍ତନଶୀଳ ଫିଲ୍ଟର ସହ ବ୍ୟାଟେରୀ ଚାଳିତ ଦୁଇଟି ଫ୍ୟାନ ବି ରହିଛି । ଯାହାକି ନିଶ୍ୱାସପ୍ରଶ୍ୱାସ ନେବାରେ ସହାୟକ ହୋଇ ପାରିବ । ଏଥିରେ ଏକ ସେନ୍ସର ଲାଗିଛି । ନିଶ୍ୱାସ ପ୍ରଶ୍ୱାସର ବେଗ ଅନୁଯାୟୀ ଏହି ସେନ୍ସର ଫ୍ୟାନର ବେଗକୁ ନିୟନ୍ତ୍ରଣ କରିବ ।
କରୋନା ସଂକ୍ରମଣ ରୋକିବାକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲାବେଳେ ଲୋକମାନେ ସାଧାରଣ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି । ଏସବୁ ମାସ୍କ ପିନ୍ଧିବା ଅଶ୍ୱସ୍ଥିକର ଲାଗୁଥିବାରୁ ସାଧାରଣ ଲୋକ ହୁଅନ୍ତୁ ବା କୋଭିଡ ଯୋଦ୍ଧା, ଏହାକୁ ଦୀର୍ଘ ସମୟ ଧରି ପିନ୍ଧି ପାରୁନାହାନ୍ତି । ମାତ୍ର ଏଲଜି ପକ୍ଷରୁ ଏହି ବ୍ୟାଟେରୀ ଚାଳିତ ଏୟାର ପ୍ୟୁରୁଫାୟର ଏସବୁ ସମସ୍ୟାକୁ ଦୂର କରିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି । ଗତ ଜୁଲାଇରେ ଏଭଳି ଏକ ମାସ୍କର ପରିକଳ୍ପନା ସଂପର୍କରେ ଏଲଜି ଘୋଷଣା କରିଥିଲା । ପରେ ଏହା ବାସ୍ତବ ରୂପ ନେଇଛି । ତେବେ ଏହା କେବେ ବଜାରକୁ ଆସିବ ଏବଂ ଏହାର ଦାମ୍ କଣ ରହିବ ସେ ସଂପର୍କରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଆଶା କରାଯାଉଛି ବର୍ଷର ଶେଷାର୍ଦ୍ଦରେ ଏହା ଉପଲବ୍ଧ ହେବ ।


No comments