Page Nav

HIDE

Grid

GRID_STYLE

Classic Header

Breaking News:

latest

ସେପ୍ଟେମ୍ବର ୧୧ରୁ +୨ ନାମଲେଖା

୧୩।୦୮: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି।...


୧୩।୦୮: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୧ ତାରିଖରୁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ କରୋନା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଆବେଦନ ଫି କମାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ଆସନ୍ତା ୨୧ ତାରିଖ ପୂର୍ବାହ୍ନ ୧୧ଟାଠାରୁ ସେପ୍ଟେମ୍ବର ୪ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ ‘www.samsodisha.gov.in’ ମାଧ୍ୟମରେ କମନ୍‌ ଆପ୍ଲି‌କେସନ ଫର୍ମ(ସିଏଏଫ୍‌) ଜରିଆରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୩ରେ ଦ୍ବିତୀୟ ପର୍ଯ୍ୟନ୍ତ ମେଧା ତାଲିକା ପ୍ରକାଶ ପାଇବ। ୨୪ରୁ ୨୮ ତାରିଖ ମଧ୍ୟରେ ଦ୍ବିତୀୟ ପର୍ଯ୍ୟୟେ ନାମଲେଖା ଅନୁଷ୍ଠିତ ହେବ। ୨୮ ତାରିଖ ସନ୍ଧ୍ୟା ୬ଟାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ପହିଲାରେ ସ୍ପଟ୍‌ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ୧ରୁ ୩ ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନରେ ନାମ ପଞ୍ଜିକରଣ କରାଯିବ। ୩ ତାରିଖ‌ରେ ସ୍ପଟ୍‌ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୫ ତାରିଖ‌ରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଚଳିତ ବର୍ଷ ସାଧାରଣ ବର୍ଗର ବିଦ୍ୟାର୍ଥୀଙ୍କ ଫର୍ମ ପୂରଣ ବାବଦକୁ ୨ଶହ ଟଙ୍କା ଓ ସଂରକ୍ଷିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଶହେ ଟଙ୍କା ଦେବେ। ପୂର୍ବବର୍ଷ ଅପେକ୍ଷ ଶହେ ଟଙ୍କା ଫି କମାଯାଇଛି।

No comments