Page Nav

HIDE

Grid

GRID_STYLE

Classic Header

Breaking News:

latest

ନୂଆଖାଇ ଏକ ନିଆରା ଉତ୍ସବ ପ୍ରକୁତି କୁ ଭଲପାଇ ବାର ପର୍ବ। ଭାରତ ଭଳି ଜନବହୁଳ ରାଷ୍ଟ୍ର ଯେତେବେଳେ ଦ୍ରୁତ ବିକାଶ କରିଚାଲିଛି ତା’ର କୃଷି କ୍ଷେତ୍ରଗୁଡ଼ିକ ସ˚କୀର୍ଣ୍ଣ ହେ...

ନୂଆଖାଇ ଏକ ନିଆରା ଉତ୍ସବ ପ୍ରକୁତି କୁ ଭଲପାଇ ବାର ପର୍ବ।



ଭାରତ ଭଳି ଜନବହୁଳ ରାଷ୍ଟ୍ର ଯେତେବେଳେ ଦ୍ରୁତ ବିକାଶ କରିଚାଲିଛି ତା’ର କୃଷି କ୍ଷେତ୍ରଗୁଡ଼ିକ ସ˚କୀର୍ଣ୍ଣ ହେବାକୁ ବସୁଛି। ଚାଷ ପ୍ରତି ଯୁବ ପିଢ଼ି ବିମୁଖ ହେଉଛନ୍ତି। କିନ୍ତୁ, ଜନସ˚ଖ୍ୟାକୁ ଦେଖିଲେ ଅଧିକ ପରିମାଣରେ ଅମଳର ଆବଶ୍ୟକ ରହିଛି। ନୂଆଁଖାଇ ପରି ପର୍ବର ଏ କ୍ଷେତ୍ରରେ ପ୍ରାସ˚ଗିକତା ରହିଛି। ଯେତେବେଳେ ଏହି ପର୍ବ ପାଳନ କରାଯାଏ, କୃଷି କ୍ଷେତ୍ରକୁ ନବାନ୍ନକୁ ପୂଜା କରାଯାଏ। ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ଥିବା ମଣିଷ ବିଶେଷ କରି ଚାଷୀ ପରିବାରର ଲୋକେ କିଛି କ୍ଷଣ ପାଇଁ ନିଶ୍ଚୟ ଗଭୀର ଭାବେ କୃଷିର ମହତ୍ତ୍ବ ଅନୁଭବ କରିବେ।

କୃଷି ବିନା ଜୀବନ ଯେପରି ସମ୍ଭବ ନୁହେଁ, ପ୍ରକୃତିର ଉପଯୁକ୍ତ ସ˚ରକ୍ଷଣ ବିନା କୃଷି ସମ୍ଭବ ନୁହେଁ। ତେଣୁ ସେ ମୃତ୍ତିକା, ଜଳ, ବାୟୁ, ସୂର୍ଯ୍ୟ, ବୃକ୍ଷଲତା ଆଦିଙ୍କୁ ସମ୍ମାନ ଜଣାଇ ସ˚ପର୍କ ଯୋଡ଼ିଲା। ସେମାନଙ୍କ ସହଯୋଗରେ କୃଷିରେ ସମୃଦ୍ଧି ପାଇଁ ମଣିଷ ତା’ ପାଖରେ କୃତଜ୍ଞ ରହିଲା ଅନ୍ତରରୁ। 

ଆନ୍ତରିକ ଶ୍ରଦ୍ଧା, କୃତଜ୍ଞତା ହିଁ ପ୍ରକୃତ ପୂଜା। କ୍ଷେତରେ ନୂତନ ଧାନ ହେଲା ପରେ ତାକୁ ପୂଜା କରି ଭକ୍ଷଣ କରିବାର ପରମ୍ପରାରୁ ‘ନୂଆଁଖାଇ’ର ଜନ୍ମ। ପୃଥିବୀର ଯେଉଁଠାରେ ବି ମଣିଷ ପ୍ରଥମେ ନୂଆଁଖାଇ ପର୍ବ ପାଳନ କରିଥାଉ ହୁଏତ ତାହା ହିଁ ହୋଇଥିବା ସଭ୍ୟ ମଣିଷର ପ୍ରଥମ ପର୍ବ।

No comments