Page Nav

HIDE

Grid

GRID_STYLE

Classic Header

Breaking News:

latest

ଭୁବନେଶ୍ୱର ରେ ବିଭିନ୍ନ କୋଭିଡ଼ ହସ୍ପିଟାଲ ଯାଞ୍ଚ କଲା ବିଏମସି । ଗତକାଲି ଏଠାରେ ମୋଟ୍‌ ୫୦୦ରୁ ୪୭୮ଟି ଶଯ୍ୟାରେ ଆକ୍ରାନ୍ତ ଥିଲେ। ୧୨୨ଜଣ ଆକ୍ରାନ୍ତ ଆଇସିୟୁରେ ଥିଲେ।...

ଭୁବନେଶ୍ୱର ରେ ବିଭିନ୍ନ କୋଭିଡ଼ ହସ୍ପିଟାଲ ଯାଞ୍ଚ କଲା ବିଏମସି ।



ଗତକାଲି ଏଠାରେ ମୋଟ୍‌ ୫୦୦ରୁ ୪୭୮ଟି ଶଯ୍ୟାରେ ଆକ୍ରାନ୍ତ ଥିଲେ। ୧୨୨ଜଣ ଆକ୍ରାନ୍ତ ଆଇସିୟୁରେ ଥିଲେ। ସେହିପରି ଆଜି ବିଏମ୍‌ସିର ଅତିରିକ୍ତ କମିସନର୍‌ ଅବନିକାନ୍ତ ପଟ୍ଟନାୟକ ହାଇଟେକ୍ କୋଭିଡ୍‌ ହସ୍ପିଟାଲ ଯାଞ୍ଚ କରିଥିଲେ। ଏଠାରେ ଆଇସିୟୁରେ ୨୫ଜଣ, ଏଚ୍‌ଡିୟୁରେ ୩୮ଜଣ, କ୍ୟାବିନ୍‌ରେ ୩୦ଜଣ, ୱାର୍ଡରେ ୮୦ଜଣ ଚିକିତ୍ସିତ ହେଉଥିଲେ।

କିପରି ମେଡିକାଲ ବର୍ଜ୍ୟ ସଂଗ୍ରହ ହେଉଛି, କିପରି ଏହାକୁ ବିଶୋଧନ ହେଉଛି, ତାହା ବୁଲି ଦେଖିଥିଲେ। ଏହାପରେ ହସ୍ପିଟାଲରେ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ଏସ୍‌ଓପି ଅନୁଯାୟୀ ସୁବିଧା ସୁଯୋଗ ଅଛି ନା ନାହିଁ, ତାହାର ଯାଞ୍ଚ କରିଥିଲେ।

ଅପରପକ୍ଷେ ଆଜି ଦକ୍ଷିଣ ପଶ୍ଚିମ‌ ଜୋନରେ ଥିବା ବିଭିନ୍ନ ହସ୍ପିଟାଲରେ କରୋନା ଏସ୍‌ଓପି ପାଳନ ହେଉଛି କି ନାହିଁ, ଯାଞ୍ଚ କରାଯାଇଥିଲା। ଏହି ଜୋନ୍‌ର ଜୋନାଲ ଡେପୁଟି କମିସନର୍‌ ରବିନାରାୟଣ ଜେଠୀଙ୍କ ନେତୃତ୍ବରେ ଗଠିତ ସ୍କ୍ବାଡ୍‌ ସମ୍‌ ହସ୍ପିଟାଲ, ବିବେକାନନ୍ଦ ହସ୍ପିଟାଲ, ଆମ୍ରି ହସ୍ପିଟାଲ, ରୁଚିକା ନର୍ସିଂ‌‌ହୋମ୍‌ ଆଦି ଯାଞ୍ଚ କରାଯାଇଥିଲା।

No comments