Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜଧାନୀରେ ଆଜି କରୋନା ସର୍ବାଧିକ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ୫୦୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଲଗାତାର କିଛିଦିନ ହେବ ୩ଶହରୁ ଅଧିକ ସଂକ୍ରମ...

ରାଜଧାନୀରେ ଆଜି କରୋନା ସର୍ବାଧିକ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ୫୦୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।



ଲଗାତାର କିଛିଦିନ ହେବ ୩ଶହରୁ ଅଧିକ ସଂକ୍ରମିତ ହେଉଥିବା ବେଳେ ଏସବୁ ସଂଖ୍ୟା ଏବେ ପଛରେ ରହି ଯାଇଛି। ୫୦୫ ସଂକ୍ରମିତଙ୍କ ମଧ୍ୟରୁ ଗାଡ଼କଣ ଓ ନହରକଣ୍ଟା ଅଞ୍ଚଳରୁ ସର୍ବାଧିକ ସଂକ୍ରମିତ ରହିଥିବା ସୂଚନା ମିଳିଛି। ତେବେ ରାଜଧାନୀର ୨୭ନଂ ୱାର୍ଡରେ ସର୍ବାଧିକ ସକ୍ରିୟ ରୋଗୀ ରହିଥିବା ବିଏମ୍‌ସି ରିପୋର୍ଟରୁ ଜଣାପଡ଼ିଛି।

ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୦୬ରେ ପହଞ୍ଚିଛି। ଏଥିରୁ ୨୭୬ ସଙ୍ଗରୋଧରୁ ଓ ୨୨୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ସୂଚନା ମିଳିଛି। ସଙ୍ଗରୋଧରୁ ଚିହ୍ନଟ ୩ଜଣଙ୍କ ଅନ୍ୟ ରାଜ୍ୟକୁ ଗସ୍ତ କରିଥିବା ଜଣାପଡ଼ିଛି। ସଙ୍ଗରୋଧରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଗାଡ଼କଣ ଓ ନହରକଣ୍ଟା ଅଞ୍ଚଳରୁ ସର୍ବାଧିକ ବ୍ୟକ୍ତି ରହିଛନ୍ତି।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆଦିବାସୀ ପଡ଼ିଆ, ସାଲିଆସାହି, ଧୀରିକୁଟି, ମହାବୀର ବସ୍ତି ଅଞ୍ଚଳରୁ ଆକ୍ରାନ୍ତ ରହିଛନ୍ତି। ଏହାବାଦ୍ ୭ମ ବାଟାଲିଅନ୍‌ରୁ ପୁଣି ଆକ୍ରାନ୍ତ ବାହାରିଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୫୭୬୪ ରୋଗୀ ସୁସ୍ଥ ହୋଇ ସାରିଛନ୍ତି।

No comments