ଦ୍ରୁତ ଗତି ରେ ମାଡି ଚାଲିଛି ସଂକ୍ରମଣ ସଂଖ୍ୟା । ରାଜ୍ୟ ରେ ସଂକ୍ରମଣ ୧ ଲକ୍ଷ୍ୟ ଟପିବ। ଗତ କିଛିଦିନ ଧରି ରାଜ୍ୟର ଦ୍ରୁତ ସଂକ୍ରମଣର ଧାରା ବା ଟ୍ରେଣ୍ଡ୍କୁ ଲକ୍ଷ୍ୟ କଲ...
ଗତ କିଛିଦିନ ଧରି ରାଜ୍ୟର ଦ୍ରୁତ ସଂକ୍ରମଣର ଧାରା ବା ଟ୍ରେଣ୍ଡ୍କୁ ଲକ୍ଷ୍ୟ କଲେ ଆସନ୍ତାକାଲି ରିପୋର୍ଟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଯିବା ନେଇ ଆଶଙ୍କା କରାଯାଉଛି।
ଗତ ମାର୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତଙ୍କୁ ରାଜଧାନୀରେ ଚିହ୍ନଟ କରାଯାଇଥିଲା। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୮ ହଜାର୮୧୩ କୋଭିଡ୍ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୩୨୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦ ହଜାର ଛୁଇଁପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଗତକାଲି ସୁଦ୍ଧା ଓଡ଼ିଶାରେ କରୋନା ସୁସ୍ଥ ହାର ଜାତୀୟ ହାରଠାରୁ ମଧ୍ୟ କମ୍ ରହିଥିବା ରେକର୍ଡ କରାଯାଇଛି। ଆଜି ରାଜ୍ୟରେ ସର୍ବାଧିକ ୧୪ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିରେ ବାଲେଶ୍ବର, ଭୁବନେଶ୍ବର, କଟକ, ଜଗତସିଂହପୁର, ମାଲକାନାଗିରିରୁ ୨ଜଣ ଲେଖାଏଁ, ସୁନ୍ଦରଗଡ଼, ପୁରୀ, ଯାଜପୁର ଓ ବରଗଡ଼ରୁ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି।


No comments