Page Nav

HIDE

Grid

GRID_STYLE

Classic Header

Breaking News:

latest

ବର୍ଷା ଯୋଗୁଁ କେନ୍ଦ୍ରାପଡା ର ୧୦ ପଞ୍ଚାୟତ ଜଳବନ୍ଦୀ। କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଡେରାବିଶ ବ୍ଳକ ରତାଦିଆ ଖଣ୍ତସାହି ପଂଚାୟତ ଅନ୍...

ବର୍ଷା ଯୋଗୁଁ କେନ୍ଦ୍ରାପଡା ର ୧୦ ପଞ୍ଚାୟତ ଜଳବନ୍ଦୀ।



କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଡେରାବିଶ ବ୍ଳକ ରତାଦିଆ ଖଣ୍ତସାହି ପଂଚାୟତ ଅନ୍ତର୍ଗତ ଇଷାଣଦିଆ ଗ୍ରାମର ଜଣେ ବୃଦ୍ଧଙ୍କ ଉପରେ କାନ୍ଥ ପଡ଼ିବା ଫଳରେ ସେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ହସପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରେ ଖରସ୍ରୋତା, କାଣୀନଦୀର ବନ୍ୟା ସାଙ୍ଗକୁ ଚଳିତ ସପ୍ତାହର ଲଗାତର ଲଗାଣ ବର୍ଷା ଆଳି ବ୍ଲକରେ ବ୍ୟାପକ କ୍ଷତି କରିଛି। ବନ୍ୟା ଯୋଗୁଁ ଧୋୟାଞ୍ଚଳ ୧୦ ପଞ୍ଚାୟତର ଅନ୍ୟୁନ ୭୦ ହଜାର ଅଧିବାସୀ ଗତ ଏକ ସପ୍ତାହ ହେଲା ଜଳବନ୍ଦୀ ହୋଇ ରହିଛନ୍ତି। 

ଧୋୟାଞ୍ଚଳର ମୁଖ୍ୟ ଯୋଗାଯୋଗ ପଥ ମନପୁର-ଗୋବିନ୍ଦପୁର ରାସ୍ତାର ଡିମିରିପାଳ ମଠ ନିକଟ ରାସ୍ତା ଉପରେ ୫ ଫୁଟର ପାଣିସୁଅ ଚାଲିଛି। 

କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଗୌଡପାଟଣା ଗ୍ରାମ୍ୟରାସ୍ତାରେ ୪ ଫୁଟର ବର୍ଷାପାଣି ଜମି ରହିଛି। ଆଳିଭେଡା ସମେତ ଧୋୟାଞ୍ଚଳର ସବୁ ଚାଷଜମି ଉପରେ ୫ ଫୁଟର ବର୍ଷାପାଣି ୮ ଦିନ ହେଲା ବୁଡିରହି ଥିଲା।

ଡମପଡା ବ୍ଲକ ବିଲିପଡା-ତାଳବସ୍ତ ରାସ୍ତାରେ ୨ ଫୁଟ ପାଣି ଚାଲିଥିବା ବେଳେ ତିଗିରିଆ ସୋମପଡା ବଡବିନ୍ଧାଣି ରାସ୍ତାରେ ବି ପାଣି ଚାଲିଛି। ନିଶ୍ଚିନ୍ତକୋଇଲି, ମାହାଙ୍ଗା, ସାଲେପୁର, ନିଆଳି ଅଞ୍ଚଳରେ ଚାଷ ଜମି ବୁଡି ରହିଛି।

No comments