ଡ୍ରୋନ କରିବ ଜମିର ମାପ ଏବଂ ନକ୍ସା , ଅନଲାଇନରେ ସମାଧାନ ହେବ ବିବାଦ। ନୋଏଡା,୨୬।୮: ଗାଁ ଗୁଡିକରେ ଜମି ବିବାଦ ଏବଂ କିଣାବିକାରେ ହେଉଥିବା ଠକେଇ ମାମଲା ହ୍ରାସ ପାଇବା...
ନୋଏଡା,୨୬।୮: ଗାଁ ଗୁଡିକରେ ଜମି ବିବାଦ ଏବଂ କିଣାବିକାରେ ହେଉଥିବା ଠକେଇ ମାମଲା ହ୍ରାସ ପାଇବାର ଆଶା କରାଯାଉଛି। କେନ୍ଦ୍ର ସରକାର ଗାଁ ଜମିରେ ଓ ଅନ୍ୟ ସୂଚନା ପ୍ରସ୍ତୁୂତି କରୁଛନ୍ତି। ଏବେ ଡ୍ରୋନ ସାହାଯ୍ୟରେ ଜନସଂଖ୍ୟାରୁ ନେଇ ଗ୍ରାମ ସଭାର ଜମିର ନକ୍ସା ପ୍ରସ୍ତୁତ କରାଯିବ। ଜମି କିମ୍ବା ଘରର ମାଲିକ, ତାଙ୍କର ଅଧିକାରରେ ଥିବା ସମ୍ପତ୍ତି, କ୍ଷେତ୍ରଫଳ, ବିବାଦୀୟ ଜମି ଆଦିର ସୂଚନା ଏକାଠି କରି ରାଜସ୍ବ ପରିଷଦ ପୋର୍ଟାଲରେ ଅପଲୋଡ୍ କରାଯିବ।
ମହାରାଷ୍ଟ୍ରରେ ଏହି ଯୋଜନା ସଫଳ ରହିଛି। ଉତ୍ତର ପ୍ରଦେଶର ଗୋରଖପୁରରେ ଏହି କାମ ଆରମ୍ଭ ହୋଇଯାଇଛି। ପଶ୍ଚିମ ଉତ୍ତର ପ୍ରଦେଶର ଗୌତମବୁଦ୍ଧନଗର ଜିଲ୍ଲାକୁ ସର୍ଭେ ପାଇଁ ଚୟନ କରାଯାଇଛି।
ଯୋଜାର ଆରମ୍ଭରୁ ଗୌତମବୁଦ୍ଧ ନଗରର ୩୨୨ ଟି ଗାଁରେ ଏହି ସର୍ଭେ କରାଯିବ। ଏଥିରେ ବିବାଦୀୟ ଜମିକୁ ଦୁଇପଟୁ ଚୁନ ଲଗାଇ ଫଟୋ ରାଜସ୍ବ ବିଭାଗର ପୋର୍ଟାଲରେ ଅପଲୋଡ କରାଯିବ। ଫଟୋର ଯାଞ୍ଚ ଭୌଗାଳିକ ସୂଚନା ପ୍ରଣାଳୀ ପ୍ରୟୋଗଶାଳରେ କରାଯିବ। ଏହାପରେ ଭାରତୀୟ ସର୍ବେକ୍ଷଣ ବିଭାଗ ଦ୍ବାରା ଜମିର ମାନଚିତ୍ର ପ୍ରସ୍ତୁତ କରାଯିବ।


No comments