କୋଭିଡ଼ ଯୋଦ୍ଧା ମାନଙ୍କ ଉପରେ ବଢି ଚାଲିଛି ବିପଦ। ପୁଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଯେତିକି ଚିନ୍ତାର ବିଷୟ, ସମାଜ ପାଇଁ ମଧ୍ୟ ସେତିକି ବିପଦ। ଆଇନଶୃଙ୍ଖଳା...
ପୁଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଯେତିକି ଚିନ୍ତାର ବିଷୟ, ସମାଜ ପାଇଁ ମଧ୍ୟ ସେତିକି ବିପଦ। ଆଇନଶୃଙ୍ଖଳାର ପରିଚାଳନା, ଅପରାଧ ନିୟନ୍ତ୍ରଣ, ମାମଲାର ତଦନ୍ତ ଏବେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି। ବଡ଼ କଥା ହେଲା, ଥାନା ଓ ଯାଞ୍ଚରେ ସାମିଲ ଥିବା ପୁଲିସଙ୍କ ପାଇଁ ଏବେ ସତର୍କଘଣ୍ଟି। ଦ୍ବୈତନଗରୀରେ କରୋନା ଆହୁରି କାୟା ବିସ୍ତାର କରିବ ବୋଲି ବିଶେଷଜ୍ଞ ମତ ଦେଉଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିପାରେ।
ଗତ ଜୁଲାଇ ୨୭ ତାରିଖରେ ପ୍ରଥମଥର ପାଇଁ ରିଜର୍ଭ ପୁଲିସ ବାରାକ୍ରେ କରେନା ପଶିଥିଲା। ଏହା ପରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଏଠାରେ ୨୨୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ୮ଜଣ ଓ ଆଜି ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୩୭ରେ ପହଞ୍ଚିଛି।
ତେବେ ୩୦ରୁ ଊର୍ଦ୍ଧ୍ବ ପୁଲିସ୍ ସୁସ୍ଥ ହୋଇ ଫେରିଛନ୍ତି। ପୁଲିସ୍ ସିକ୍ୟୁରିଟି ୱିଙ୍ଗ୍ରେ ପ୍ରଥମେ ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ ଆକ୍ରାନ୍ତ ହୋଇଥିଲେ। ପରେପରେ ଏହି ୱିଙ୍ଗ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।


No comments