Page Nav

HIDE

Grid

GRID_STYLE

Classic Header

Breaking News:

latest

ଲଣ୍ଡନରେ ତିଆରି ହେବାକୁ ଯାଉଛି ଜଗନ୍ନାଥ ମନ୍ଦିର। ୪ ମିଲିୟନ ୟୁରୋପୀୟ ଡଲାର ବ୍ୟୟରେ ଏହା ନିର୍ମିତ ହେବ। ୨୦୨୪ ସୁଦ୍ଧା ଏହି ମନ୍ଦିର ନିର୍ମାଣ କାମ ଶେଷ କରାଯିବ। ଓଡ଼ି...

ଲଣ୍ଡନରେ ତିଆରି ହେବାକୁ ଯାଉଛି ଜଗନ୍ନାଥ ମନ୍ଦିର।



୪ ମିଲିୟନ ୟୁରୋପୀୟ ଡଲାର ବ୍ୟୟରେ ଏହା ନିର୍ମିତ ହେବ। ୨୦୨୪ ସୁଦ୍ଧା ଏହି ମନ୍ଦିର ନିର୍ମାଣ କାମ ଶେଷ କରାଯିବ। ଓଡ଼ିଶା ସୋସାଇଟି ଅଫ୍ ୟୁକେ (ଓଏସ୍‌ୟୁକେ)ର ୪୧ତମ ବାର୍ଷିକ ଅଧିବେଶନରେ ୟୁକେରେ ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଗଠିତ ଜଗନ୍ନାଥ ଟେମ୍ପୁଲ୍‌ ଟ୍ରଷ୍ଟ୍‌, ୟୁକେ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି।

ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ପାଣ୍ଠି ଯୋଗାଡ଼ ପାଇଁ ନିବେଦନ କରାଯାଇଛି। ଗଜପତି ଦିବ୍ୟସିଂହ ଦେବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ସହାୟତା କରିବା ନେଇ କହିଥିବା ଟ୍ରଷ୍ଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଅନଲାଇନ୍‌ରେ ଜଗନ୍ନାଥ ସଂସ୍କୃତି ଓ ସାହିତ୍ୟ ପ୍ରକାଶ ସହ ଭକ୍ତମାନଙ୍କୁ ମନ୍ଦିର ସହ ଯୋଡ଼ିବା ପାଇଁ ଇ-ପାଠାଗାର ଓ ଇ-ହବ୍‌ ପ୍ରସ୍ତୁତ କରାଯିବ।

No comments