ଝାରସୁଗୁଡା ରେ କାଲି ଠାରୁ ୭ ଦିନ ଖୋଲିବନି ଦୋକାନ ବଜାର। ଲକଡ଼ାଉନ୍ ସଟଡ଼ାଉନ ଭଳି କଟକଣା ଲାଗୁ ହୋଇଥିଲେ ମଧ୍ୟ ସଂକ୍ରମଣ ଉପରେ ରୋକ୍ ଲାଗିପାରୁ ନାହିଁ । ତେଣୁ ନିଜ ଅଂଚଳ...
ଲକଡ଼ାଉନ୍ ସଟଡ଼ାଉନ ଭଳି କଟକଣା ଲାଗୁ ହୋଇଥିଲେ ମଧ୍ୟ ସଂକ୍ରମଣ ଉପରେ ରୋକ୍ ଲାଗିପାରୁ ନାହିଁ । ତେଣୁ ନିଜ ଅଂଚଳରୁ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଆଗେଇ ଆସିଛି ଝାରସୁଗୁଡ଼ା ବଣିକ ସଂଘ । ଝାରସୁଗୁଡ଼ା ଜିଲ୍ଲାରେ ୭ ଦିନପାଇଁ ଦୋକାନ ବଜାର ବନ୍ଦ ରହିବ । ଏ ନେଇ ଝାରସୁଗୁଡ଼ା ବଣିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ଝାରସୁଗୁଡ଼ା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୭ଶହ ୬୫ରେ ପହଂଚିଛି । ୧୪ଶହ ୪୮ଜଣ ସକ୍ରିୟ ଥିବା ବେଳେ ୩ହଜାର ୩ଶହ ୧୦ ଜଣ ସୁସ୍ଥ ହେଲେଣି । ସେହିପରି ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ଏ ପର୍ଯ୍ୟନ୍ତ ୭ଜଣଙ୍କର ପ୍ରାଣହାନୀ ହୋଇଛି ।
ଜିଲ୍ଲା ପ୍ରସାଶନର ଅନୁରୋଧ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ ଆଜି ନୟାଗଡ଼ରେ ୫୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୪ହଜାର ୪ଶହ ୯୪ ଜଣ ସଂକ୍ରମିତ ହେଲେଣି । ୫୯୫ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୩ହଜାର ୮ଶହ ୭୭ଜଣ ସୁସ୍ଥ ହେଲେଣି । ସେହିପରି କରୋନା ଯୋଗୁଁ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୦ଜଣଙ୍କର ମୃତ୍ୟୁ ହେଲାଣି।
ତେବେ ବନ୍ଦ ସମୟରେ ସକାଳ ୬ଟାରୁ ମଧ୍ୟାନ୍ନ ୧୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିପାରିବେ ଲୋକେ ।


No comments