ଭୁବନେଶ୍ୱର ରେ ଏବେ କରୋନା ନିୟନ୍ତ୍ରଣ ଅଛି। ଆଜି ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୪ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବ...
ଆଜି ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୪ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏହା କହିଛନ୍ତି । ସେ କହିଛନ୍ତି, କୋଭିଡ-୧୯ ସଂକ୍ରମଣ ଯୋଗୁଁ ୩ ଜଣ କରୋନା ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି ।
ରାଜଧାନୀ ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ୧୦ ହଜାର ଲୋକ ହୋମ ଆଇସୋଲେସନରେ ରହି ସାରିଛନ୍ତି । ଏମାନଙ୍କ ମଧ୍ୟରୁ ୭ ହଜାର ଲୋକ ସୁସ୍ଥ ହୋଇ ସାରିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ରାଜଧାନୀରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସିପାରିଛି ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତକାଲି ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୯ ହଜାର ୮୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୬ ହଜାର ୧୧୯ ଜଣ ସୁସ୍ଥ ହୋଇଥିବା ବେଳେ ୩ ହଜାର ୬୮୩ ଜଣ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ୭୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।


No comments