କ’ଣ ଭାରତର ଲୋକମାନେ କିଣିପାରିବେ କରୋନା ଟିକା, ଏହାର ମୂଲ୍ୟ ରହିବ କେତେ ? କରୋନା ସଂକ୍ରମଣର ସର୍ବପ୍ରଥମ ମାମଲା ଗତ ବର୍ଷ ଡିସେମ୍ବରରେ ଚାଇନାର ୱୁହାନରେ ସାମ୍ନାକୁ ଆ...
କରୋନା ସଂକ୍ରମଣର ସର୍ବପ୍ରଥମ ମାମଲା ଗତ ବର୍ଷ ଡିସେମ୍ବରରେ ଚାଇନାର ୱୁହାନରେ ସାମ୍ନାକୁ ଆସିଥିଲା। ଏହା ପରେ ଏହା ବିଶ୍ବର ଅନ୍ୟ ଦେଶରେ ବିସ୍ତାର କରିବା ଆରମ୍ଭ କରିଥିଲା। ବିଶ୍ବବ୍ୟାପୀ କରୋନା ଭାଇରସ ସଂକ୍ରମଣ ମାମଲା ବର୍ତ୍ତମାନ ୬୬ ଲକ୍ଷରୁ ଅଧିକ ହୋଇଛି ଏବଂ ଏହି ଭାଇରସରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୮ ଲକ୍ଷ ୭୫ ହଜାରରୁ ଅଧିକ। କିନ୍ତୁ ଏପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ କୌଣସି ପ୍ରଭାବଶାଳୀ ଟିକା ଦିଆଯାଇ ନାହିଁ।
ଚଳିତ ବର୍ଷ ଅଗଷ୍ଟ ୧୧ରେ ରୁଷ କୋଭିଡ -୧୯ର ପ୍ରଥମ ଟିକା ପଞ୍ଜିକରଣ କରିଥିଲା। ଏହାର ନାମ ସ୍ପୁଟନିକ ଭି ରଖାଯାଇଥିଲା। ଡାକ୍ତରୀ ବିଜ୍ଞାନରେ ଏହା ଏକ ବଡ ସଫଳତା ହାସଲ କରିଛି ବୋଲି ରୁଷ କହିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୩୪ଟି କମ୍ପାନୀ କରୋନା ଟିକା ତିଆରି କରୁଛନ୍ତି ଏବଂ ଏଥି ମଧ୍ୟରୁ ସାତୋଟି ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଚାଲିଛି। ଏଥି ସହିତ, ତିନୋଟି କମ୍ପାନୀର ଟିକା କ୍ଲିନିକାଲ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ସଂଗଠନ ଅନୁଯାୟୀ ଆଉ ୧୪୨ କମ୍ପାନୀ ମଧ୍ୟ ଟିକା ପ୍ରସ୍ତୁତ କରୁଛନ୍ତି ଏବଂ ଏପର୍ଯ୍ୟନ୍ତ ପ୍ରି-କ୍ଲିନିକାଲ ସ୍ତରରେ ପହଞ୍ଚିଛନ୍ତି।
ଭାରତରେ ଏହି ଟିକା ତିଆରି କରୁଥିବା ସିରମ୍ ଇନଷ୍ଟିଚ୍ୟୁଟ୍ କହିଛି ଯେ ଭାରତ ତଥା ବିକାଶଶୀଳ ଦେଶମାନଙ୍କ ପାଇଁ ଏହି ଟିକାର ମୂଲ୍ୟ ପ୍ରାୟ ତିନି ଡଲାର ଅର୍ଥାତ୍ ପାଖାପାଖି ୨୨୦ ଟଙ୍କା ହେବ।


No comments