Page Nav

HIDE

Grid

GRID_STYLE

Classic Header

Breaking News:

latest

ଚାୱଲାଙ୍କ ବଲରେ ଛକା ମାରିଲେ ଧୋନୀ: କେମିତି ପ୍ରତିଶୋଧ ନେଲେ ଚାୱଲା?

ଚାୱଲାଙ୍କ ବଲରେ ଛକା ମାରିଲେ ଧୋନୀ: କେମିତି ପ୍ରତିଶୋଧ ନେଲେ ଚାୱଲା?  ୧୯ ସେପ୍ଟେମ୍ବରରୁ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଟିମମାନଙ୍କ ଟ୍ରେନିଂ ଜୋରଦାର ଚା...

ଚାୱଲାଙ୍କ ବଲରେ ଛକା ମାରିଲେ ଧୋନୀ: କେମିତି ପ୍ରତିଶୋଧ ନେଲେ ଚାୱଲା? 
୧୯ ସେପ୍ଟେମ୍ବରରୁ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଟିମମାନଙ୍କ ଟ୍ରେନିଂ ଜୋରଦାର ଚାଲିଛି । ଧୋନୀଙ୍କ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଧୋନୀ ନେଟ୍ସରେ ବ୍ୟାଟିଂ ସମୟରେ ଛକା ମାରୁଛନ୍ତି ।ଟ୍ରେନିଂର ପ୍ରଥମ ଦିନ ଧୋନୀ ନେଟ୍ସରେ ପିୟୁଷ ଚାୱଲାଙ୍କ ବଲରେ ଛକା ମାରୁଛନ୍ତି । ଏହା ପରେ ଦ୍ୱିତୀୟ ଦିନ ପୀୟୁଷ ଚାୱଲା ନିଜ ରାଗ ସୁଝାଇଦେଉଛନ୍ତି ଏବଂ ହିସାବ ବରାବର କରିଦେଉଛନ୍ତି । ପୀୟୁଷ ଧୋନୀଙ୍କ କ୍ଲିନ୍ ବୋଲ୍ଡ କରୁଛନ୍ତି ।

ଚାୱଲାଙ୍କ ବଲରେ ଧୋନୀଙ୍କ ଷ୍ଟମ୍ପ  ଉଡିଯାଉଛି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଛି ଏବଂ ଏହାକୁ ଫ୍ୟାନ୍ସ ଭାରି ପସନ୍ଦ କରୁଛନ୍ତି । ତେବେ ଚାୱଲାଙ୍କ ଦମଦାର ବୋଲିଂ CSK ପାଇଁ ଭଲ ଖବର ଏବଂ ଏଥିପାଇଁ ଟିମକୁ ବହୁତ ଫାଇଦା ମିଳିପାରେ ।  ଆଇପିଏଲ୍ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଆଇପିଏଲର ୬୦ ମ୍ୟାଚ୍ ଦୁବାଇ, ଅଉ ଧାବି ଓ ଶାରଜାହରେ ୫୩ ଦିନ ଖେଳାଯିବ ।

No comments