Page Nav

HIDE

Grid

GRID_STYLE

Classic Header

Breaking News:

latest

୩୧ ବର୍ଷ ପରେ ଜ୍ୟାକି ଓ ଅନୀଲ କପୁର ଏକା ସାଗଂରେ ଫିଲ୍ମ କରିବେ।

 ୩୧ ବର୍ଷ ପରେ ଜ୍ୟାକି ଓ ଅନୀଲ କପୁର ଏକା ସାଗଂରେ ଫିଲ୍ମ କରିବେ।  ଫିଲ୍ମନିର୍ମାତା ସୁଭାଷ ଘାଇ ଅଭିନେତା ଜ୍ୟାକି ଶ୍ରଫ୍‌ ଓ ଅନୀଲ କପୁରଙ୍କୁ ନେଇ ‘ରାମଲଖନ୍‌’ ଫିଲ୍ମ ...

 ୩୧ ବର୍ଷ ପରେ ଜ୍ୟାକି ଓ ଅନୀଲ କପୁର ଏକା ସାଗଂରେ ଫିଲ୍ମ କରିବେ। 
ଫିଲ୍ମନିର୍ମାତା ସୁଭାଷ ଘାଇ ଅଭିନେତା ଜ୍ୟାକି ଶ୍ରଫ୍‌ ଓ ଅନୀଲ କପୁରଙ୍କୁ ନେଇ ‘ରାମଲଖନ୍‌’ ଫିଲ୍ମ ନିର୍ମାଣ କରିଥିଲେ । ତାହା ୧୯୮୯ ମସିହାରେ ରିଲିଜ୍‌ ହୋଇଥିଲା । ଫିଲ୍ମଟିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ । ତାର ୩୧ ବର୍ଷ ପରେ ଏବେ ତିନିହେଁ ପୁଣି ଏକାଠି କାମ କରିବାକୁ ଯାଉଛନ୍ତି । ସୁଭାଷଙ୍କ ଏହି ଅପ୍‌କମିଙ୍ଗ ପ୍ରୋଜେକ୍ଟ ଏକ କମେଡି ଫିଲ୍ମ ହେବ ।

ଅନୀଲ ସମୁଦ୍ର କୂଳରେ ଦୌଡ଼ିବାର ଭିଡିଓ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଥିବାବେଳେ ଜ୍ୟାକି ସେଥିରେ ଏକ ଫାୟାର ଇମୋଜି କମେଣ୍ଟ ଦେଇଥିଲେ । ଏହାପରେ ଅନୀଲ ଆମର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ରୁହ ବୋଲି ଲେଖିଥିଲେ ।

ଫିଲ୍ମର ଟାଇଟଲ ରହିବ ‘ରାମ ଚନ୍ଦ କିଶନ୍‌ ଚନ୍ଦ’ । ତାହା ମୁକ୍ତା ଆର୍ଟସ ଲିମିଟେଡ୍‌ ବ୍ୟାନରରେ ନିର୍ମିତ ହେବ ବୋଲି ଜଣାପଡ଼ିଛି ।

No comments