Page Nav

HIDE

Grid

GRID_STYLE

Classic Header

Breaking News:

latest

ବୈଜ୍ଞାନିକଙ୍କ ଦାବି ଅନୁସାରେ ଲିଫ୍ଟରେ ୩୦ ମିନିଟ ଯାଏଁ ରହେ COVID।

ବୈଜ୍ଞାନିକଙ୍କ ଦାବି ଅନୁସାରେ ଲିଫ୍ଟରେ  ୩୦ ମିନିଟ ଯାଏଁ ରହେ COVID।  ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଏକ ଲିଫ୍ଟ ଭିତରେ କାଶିଲେ, ସେଇ ଲିଫ୍ଟ ଭିତରେ ପରବର୍ତ୍ତୀ ୩୦ ...

ବୈଜ୍ଞାନିକଙ୍କ ଦାବି ଅନୁସାରେ ଲିଫ୍ଟରେ  ୩୦ ମିନିଟ ଯାଏଁ ରହେ COVID। 
ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଏକ ଲିଫ୍ଟ ଭିତରେ କାଶିଲେ, ସେଇ ଲିଫ୍ଟ ଭିତରେ ପରବର୍ତ୍ତୀ ୩୦ ମିନିଟ ଯାଏଁ କରୋନା ଭାଇରସ ତିଷ୍ଠି ରହିବାର ସମ୍ଭାବନା ରହିଛି । କାଶିବା ଦ୍ୱାରା ତାଙ୍କ ପାଟି ଦେଇ ବାହାରୁଥିବା କରୋନା ଭାଇରସ ବାୟୁରେ ଥିବା ଏରୋସଲ( କଠିନ କିମ୍ବା ତରଳ ପଦାର୍ଥର ସୂକ୍ଷ୍ମ କଣିକା) ସହ ଯୋଡ଼ି ହୋଇଯାଏ ଏବଂ ଲିଫ୍ଟ ଭିତରେ ଘୂରି ବୁଲେ ।

ଯଦି ସେଇ ଲିଫ୍ଟର ଡୋରକୁ ବନ୍ଦ କରି ରଖାଯାଏ, ତାହାହେଲେ କରୋନା ଭାଇରସ ସଂଯୁକ୍ତ କଣିବା ୩୦ ମିନିଟ ଯାଏଁ ନିଜର ସ୍ଥିତି ବଜାୟ ରଖିଥାନ୍ତି । କିନ୍ତୁ ଯଦି ଡୋର୍‌ ଖୋଲି ଦିଆଯାଏ, ତାହାହେଲେ ଏଭଳି କଣିକା ମାତ୍ର ୪ ମିନିଟ ଯାଏଁ ସେଠାରେ ରହିଥାନ୍ତି ।

ଯଦି ଡୋର୍‌କୁ ବାରମ୍ବାର ବନ୍ଦ କରାଯାଏ ଏବଂ ଖୋଲାଯାଏ, ତାହାହେଲେ ୧୦ ମିନିଟ ଯାଏଁ କରୋନା ଭାଇରସ ଲିଫ୍ଟ ଭିତରେ ରହିଥାଏ । ଆମଷ୍ଟରଡାମର କିଛି ଗବେଷକ ଏବେ ଏଭଳି ମତ ଦେଇଛନ୍ତି ।

No comments