Page Nav

HIDE

Grid

GRID_STYLE

Classic Header

Breaking News:

latest

କ୍ୟାପିଟାଲ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୮ଟି କୋଭିଡ୍‌ ଆଇସିୟୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୧ ମାସ ଭିତରେ ଏହା କାର୍ଯ୍ୟକ୍ଷମ ହେବ ...

କ୍ୟାପିଟାଲ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୮ଟି କୋଭିଡ୍‌ ଆଇସିୟୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।



ଆସନ୍ତା ୧ ମାସ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ରାଜଧାନୀରେ କରୋନାର ଦ୍ରୁତ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିଲେ। ହସ୍ପିଟାଲର ଆଇଡିଏଚ୍‌ ନିକଟରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। 

ଆଇସିୟୁ ପାଇଁ ଅକ୍ସିଜେନ୍ ସିଲିଣ୍ଡରର ମଧ୍ୟ ବ୍ୟବସ୍ଥା କରାଯାଉଛି। ହସ୍ପିଟାଲର ନିର୍ଦେଶକ ଡା.ଏଲ୍‌ଡି ସାହୁ କହିଛନ୍ତି, ଯଥାଶୀଘ୍ର ଆଇସିୟୁକୁ କାର୍ଯ୍ୟକ୍ଷମ କରିବା ଲାଗି ଚେଷ୍ଟା କରାଯାଉଛି। ଏଥିପାଇଁ ୨୦/୨୫ ଆକ୍ସିଜେନ୍ ସିଲିଣ୍ଡର ମଧ୍ୟ ରହିବ। ଫଳରେ ଅକ୍ସିଜେନ୍‌କୁ ନେଇ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ସେ କହିଛନ୍ତି। 

ଅପରପକ୍ଷରେ ଆଜି ହସ୍ପିଟାଲର ୨ଜଣ ଆଟେଣ୍ଡାଣ୍ଟ କରୋନା ସଂକ୍ରମିତ ହୋଇଛି। ଦୁହେଁ କେଉଁ ବିଭାଗରେ କାର୍ଯ୍ୟ କରନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ହସ୍ପିଟାଲରେ କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ଜାରି ରହିଛି। ବହୁ ସଂଖ୍ୟାରେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନେକ ସୁସ୍ଥ ହୋଇ ସାରିଛନ୍ତି। ଏବେ ୫/୬ଜଣ କର୍ମଚାରୀଙ୍କ ଚିକିତ୍ସା ଜାରି ରହିଥିବା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।

No comments