ରାଜ୍ୟରେ ପ୍ରତିଦିନ ହେଉଥିବା କୋଭିଡ୍ ନମୁନା ପରୀକ୍ଷାରେ ହ୍ରାସ ଘଟିଛି। ଆଜି ୧୬ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୧୩ରେ ପହଞ...
ଆଜି ୧୬ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୧୩ରେ ପହଞ୍ଚିଛି। ଯଦିଓ ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି, ତଥାପି ଦେଶରେ ସର୍ବାଧିକ କରୋନା ସଂକ୍ରମଣ ତାଲିକାରେ ଯେଉଁ ୧୦ଟି ରାଜ୍ୟ ରହିଛନ୍ତି ସେଥିରେ ଓଡ଼ିଶାରେ ମୃତ୍ୟୁ ହାର ସବୁଠାରୁ କମ୍।
ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭ ହଜାର ୬୩୪ କୋଭିଡ୍ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରେ ୩୨୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ପ୍ରାୟ ୭ ପ୍ରତିଶତକୁ ଛୁଇଁଛି। ଲଗାତାର ଦୁଇଦିନ ଲାଗି ରାଜ୍ୟରେ ୪ହଜାରରୁ କମ୍ ରୋଗୀ ଚିହ୍ନଟ ହେଉଛନ୍ତି।
ଚିହ୍ନଟ ୩୨୩୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୧୫ ସଙ୍ଗରୋଧରୁ ଓ ୧୩୨୦ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗତ କିଛିଦିନର ବ୍ୟବଧାନ ପରେ ଖୋର୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୫୦୬ରେ ପହଂଚିଛି। ଏହାସହ ଗଞ୍ଜାମରେ ରୋଗୀଙ୍କ ସଂଖ୍ୟା ୨୮କୁ ଖସି ଆସିଛି। କଟକରେ ୩୧୮, ଅନୁଗୁଳ ୧୭୯, ଷ୍ଟେଟ୍ ପୁଲ ୧୪୮, ବରଗଡ଼ ୧୩୭, ନବରଙ୍ଗପୁର ୧୨୪, ସମ୍ବଲପୁର ୧୨୦, ମୟୂରଭଞ୍ଜ ୧୧୮, ଯାଜପୁର ୧୧୦, ନୂଆପଡ଼ା ୧୦୬, କେନ୍ଦ୍ରାପଡ଼ା ୧୦୩, ରାୟଗଡ଼ା, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୧୦୧ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୩୬,୪୦୪ କରୋନା ରୋଗୀ ରହିଛନ୍ତି।


No comments