ରିୟା ଚକ୍ରବର୍ତ୍ତୀଙ୍କ ସପକ୍ଷରେ ବାହାରିଲେ ବଲିଉଡ୍ର ଅଭିନେତ୍ରୀ, ଶିବାନୀ ଦାଣ୍ଡେକର। ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ସଙ୍ଗ...
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ସିବିଆଇ ମାମଲାର ତଦନ୍ତରେ ପୁରା ଲାଗିଯାଇଛି । ଏହି ମାମଲାରେ ଡ୍ରଗ୍ସ କନେକ୍ସନ ମଧ୍ୟ ସାମନାକୁ ଆସିଛି । ଆଉ ଏଥିରେ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବିଭିନ୍ନ ପ୍ରକାରର ଅଭିଯୋଗ ଲାଗିଛି । ଏବେ ସୁଶାନ୍ତ କେସ୍ରେ ରିୟା ଚକ୍ରବର୍ତ୍ତୀଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ୍ ଅଭିନେତ୍ରୀ ।
ବଲିଉଡ..ଅଭିନେତ୍ରୀ ଶିବାନୀ ଦାଣ୍ଡେକର ରିୟାଙ୍କୁ ସପୋର୍ଟ କରି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଲେଖିଛନ୍ତି । ଶିବାନୀ ନିଜର ଇମୋସନାଲ ପୋଷ୍ଟରେ ଲେଖିଛନ୍ତି , ମୁଁ ରିୟା ଚକ୍ରବର୍ତ୍ତୀଙ୍କୁ ସେବେ ଠାରୁ ଜାଣିଛି , ଯେବେ ସେ ୧୬ ବର୍ଷର ଥିଲେ । ଜୀବନ୍ତ , ଦୃଢ଼ ଓ ଏକ ଚମକପ୍ରଦ ଭଳି , ଯାହା ପୁରପୁରି ଜୀବନରେ ଭରି ଥିଲା ।
ମୁଁ ତାଙ୍କୁ ସପୋର୍ଟ କରୁଛି । ସେ ଓ ତାଙ୍କ ପରିବାର ଏବେ ସବୁଠୁ ବଡ଼ ସମସ୍ୟାରେ ଗତି କରୁଛନ୍ତି । ଆମେ ଦେଖୁଛୁ କି ମିଡ଼ିଆ ପୁରା ଇଗଲ ପରି ବ୍ୟବହାର କରୁଛି । ଯିଏକି ଏକ ଡାହାଣୀ ଶିକାରରେ ଅଛି । ଏକ ନିର୍ଦ୍ଦୋଷ ପରିବାରକୁ ଭାଙ୍ଗିବା ସହ ଗାଳି ଦିଆଯାଉଛି । ତାଙ୍କୁ ଯନ୍ତ୍ରଣା ଦିଆଯାଉଛି ।
ଶିବାନୀ ଦାଣ୍ଡେକର ପୁଣି କହିଛନ୍ତି , ତାଙ୍କର ମୌଳିକ ମାନବ ଅଧିକାରକୁ ଛଡ଼େଇ ନିଆଯାଇଛି । ମିଡ଼ିଆ ବିଚାରପତି , ଜୁରି ଓ ଜଲ୍ଲାଦର ଭୂମିକାରେ ନଜର ଆସୁଛି । ତାଙ୍କର ଦୋଷ କଣ । ସେ ଜଣେ ପୁଅକୁ ଭଲ ପାଇଥିଲେ । ତାଙ୍କର ଖରାପ ସମୟରେ ଯତ୍ନ ନେଉଥିଲେ । ନିଜର ଜୀବନକୁ ତାଙ୍କ ପାଇଁ ହୋଲ୍ଡରେ ରଖିଦେଲେ । ଆଉ ଯେବେ ସେ ନିଜ ଜୀବନ ନେଇଗଲେ , ସେତେବେଳେ ତାକୁ ସୁଳିରେ ଚଢ଼ାଇ ଦିଆଯାଉଛି ।


No comments