କଟକ ଦଶହରା ପୂର୍ବ ଭଳି ହେଉ ପୂଜା ମଣ୍ଡପରେ ପରଦା ନ ପଡୁ । ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର । ପ୍ରାଥମିକ ଭାବେ ପୁଲିସର ଏଭଳି ଘୋଷଣାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ...
ପ୍ରାଥମିକ ଭାବେ ପୁଲିସର ଏଭଳି ଘୋଷଣାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଜରିଆରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବୀ ବିରୋଧାଭାଷ ପ୍ରକଟ କରି ଆସୁଥିବା ବେଳେ ଏବେ ପ୍ରମୁଖ ପୂଜା କମିଟିର କର୍ମକର୍ତ୍ତା ଏକଜୁଟ୍ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଆସନ୍ତା ୧୭ ତାରିଖରେ ମହାଳୟାରେ ମା’ଙ୍କ ଖଡିଲାଗି ନୀତି ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଯାଏ ସ୍ଥିତି ସ୍ପଷ୍ଟ ହେଉ ନଥିବାରୁ ସମୟ ଗଡି ଚାଲିଛି। ଦ୍ବନ୍ଦ୍ବ ବଢୁଛି। ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତି।
ମଣ୍ଡପରେ ୮ ଜଣଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ। ମଣ୍ଡପରେ କୌଣସି ପ୍ରକାର ପରଦା ଟଣା ନଯାଉ। ଗେଟ୍, ସାଜସଜା ନ କରିବାକୁ ପୂଜା କମିଟିମାନେ ସହମତ ହୋଇଛନ୍ତି। ଭସାଣି କାର୍ଯ୍ୟକ୍ରମ କରାଯିବ ନାହିଁ ଏବଂ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମା’ଙ୍କ ବିସର୍ଜନ ହେବ।


No comments